ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ, ଉପଯୁକ୍ତ ତଦନ୍ତ ଦାବି‌ରେ ବାପା ଦେଲେ ଏତଲା

Advertisment
ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ, ଉପଯୁକ୍ତ ତଦନ୍ତ ଦାବି‌ରେ ବାପା ଦେଲେ ଏତଲା

ଜଗତସିଂହପୁର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ଅଡ଼ୁଆ। ତ୍ରିକୋଣୀୟ ପ୍ରେମ ସର୍ମ୍ପକକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ରଶ୍ମିରେଖାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସଙ୍କେତ ପାଟଣା ଗାଁର ରଞ୍ଜନ ଓଝାଙ୍କ ଝିଅ ରଶ୍ମିରେଖା ୫ବର୍ଷ ହେବ ଭୁବନେଶ୍ୱରରେ ରହି ବିଭିନ୍ନ ଆଲବମ ଓ ସିରିଏଲରେ ଅଭିନେତ୍ରୀ ଭାବରେ କାମ କରୁଥିଲେ। ପରେ ଅଭିନୟ ଛାଡି ଏକ ଫାଇନାନ୍ସ କମ୍ପାନିରେ ଚାକିରି କରୁଥିଲେ ରଶ୍ମିରେଖା। ସେଠାରେ ତାଙ୍କର ଜଣେ ସହକର୍ମୀ ସମ୍ବଲପୁର ଅଞ୍ଚଳର ସନ୍ତୋଷ ପାତ୍ର ନାମକ ଜଣେ ଯୁବକ ସହିତ ପରିଚିତ ହୋଇଥିଲା।

ସନ୍ତୋଷ ରଶ୍ମିରେଖାଙ୍କୁ ଏକ ତରଫା ପ୍ରେମ କରୁଥିବା ବେଳେ ପୂର୍ବରୁ ବିରିଡି ଅଞ୍ଚଳର ରାଜା ନାମକ ଜଣେ ଯୁବକ ସହିତ ରଶ୍ମିରେଖାଙ୍କର ପରିଚୟ ଥିଲା। ରାଜା ଓ ରଶ୍ମିରେଖା ମିଳାମିଶା କରୁଥିବାରୁ ସନ୍ତୋଷ ଏହାକୁ ସହି ନପାରି ରଶ୍ମିରେଖାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଏହି ବାବଦରେ ମୃତ ଅଭିନେତ୍ରୀଙ୍କ ବାପା ରଞ୍ଜନ ଓଝା ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାର ସଠିକ ତଦନ୍ତ କରାଯାଇ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ଦାବି ହେଉଛି।

‘‘ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି। ମୁଁ ଗୋଟେ ବହୁତ ଖରାପ ଝିଅ। ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି। ଆଉ ଯଦି କାହା ନାଁରେ ଅଭିଯୋଗ ଦେବ ମୁଁ କାହାରିକୁ ଛାଡ଼ିବିନି।’’ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝା ଏହିଭଳି କେଇ ପଦ କଥା କାଗଜରେ ଲେଖିବା ପରେ ଆତ୍ମହତ୍ୟା କରିଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ରବିବାର ରାତି ପ୍ରାୟ ୧୦ଟା ୩୦ରେ ନୂଆପଲ୍ଲୀ ଥାନା ପୁଲିସ ଖବର ପାଇ ରଶ୍ମିରେଖା ରହୁଥିବା ଗଡ଼ସାହିର ଭଡ଼ା ଘରେ ପହଞ୍ଚିଥିଲା। ସେଠାରେ ରଶ୍ମିରେଖାଙ୍କ ଶବ ଫ୍ୟାନ୍‌ରେ ଝୁଲୁଥିଲା। ପରେ ପୁଲିସ ଶବ ଜବତ କରିଥିଲା। ଶବ ନିକଟରେ ଥିବା ଟେବୁଲ୍‌ ଉପରୁ ପୁଲିସ ସୁଇସାଇଡ୍ ନୋଟ୍ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe