ନଦୀରେ ଖସିପଡ଼ିଲା ୬ଷ୍ଠ ଶ୍ରେଣୀ ଛାତ୍ର, ଉଦ୍ଧାର କଲେ ସ୍ଥାନୀୟ ଲୋକେ

Advertisment
ଗାଧୋଇବାକୁ ଯାଇ ଆଉ ଫେରିଲାନି ପୁଅ, ହତ୍ୟା ସନ୍ଦେହ

Representative image

କଙ୍କଡାହାଡ଼: ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା କନ୍ଧରା ଓଡ଼ିଶା ଅଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ରାମିଆଳ ନଦୀକୁ ଖସିପଡ଼ିଲା। ସୂଚନା ଅନୁସାରେ ଆଜି ଅପରାହ୍ଣ ୨ଟା ୩୦ ବେଳକୁ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ର କୌଣସି କାରଣ ପାଇଁ ରାମିଆଳ ସେତୁ ଉପରେ ଚାଲୁଥିବା ବେଳେ ତଳକୁ ଖସିପଡ଼ିଲା। ସେହି ପାଖରେ ଥିବା ଲୋକମାନେ ଯାଇ ତାଙ୍କୁ ଉଦ୍ଧାର କରିଥିଲେ।

ଦୀପକର ଘର କଟକ ଜିଲା ନେମାଳରେ। ତାଙ୍କ ଦାଦା ଏହି ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ଅଛନ୍ତି। ତେଣୁ ଦୀପକ ତାଙ୍କ ଦାଦାଙ୍କ ସହିତ କଙ୍କଡାହାଡ଼ରେ ରହି ପାଠ ପଢିବା ପାଇଁ ଦୈନିକ ବିଦ୍ୟାଳୟକୁ ଯାଇଥାନ୍ତି। ଆଜି କାହିଁକି ଏଭଳିଆ ହେଲା ଯଦିଓ ଜଣା ପଡ଼ିନାହିଁ। ଖବର ପାଇ କଙ୍କଡାହାଡ଼ ପୁଲିସ ଛାତ୍ର ଜଣଙ୍କୁ କଙ୍କଡାହାଡ଼ ମେଡ଼ିକାଲକୁ ନେବା ସାଙ୍ଗକୁ ତଦନ୍ତ କରୁଛନ୍ତି। ଛାତ୍ର ଜଣକ ସୁସ୍ଥ ଥିବା ସୂଚନା ରହିଛି। ସେପଟେ ବିଦ୍ୟାଳୟ ଅଧ୍ୟକ୍ଷ ଦୀପକ କୁମାର ନାୟକ କହିଛନ୍ତି ତଦନ୍ତ ପରେ ଯାହାକିଛି ଜଣାପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe