ଆଦିବାସୀ ଶାନ୍ତି ବିକାଶ ମଂଚର ଆହ୍ୱାନ: ସୀମାନ୍ତ ନକ୍ସଲ ପ୍ରବଣ ଅଂଚଳରେ ଲୋକେ ସତର୍କ ସୂଚନା, ଗାଁରେ ନକ୍ସଲଙ୍କୁ ପୁରାଇ ଦିଅନ୍ତୁ ନାହିଁ

Advertisment
ଆଦିବାସୀ ଶାନ୍ତି ବିକାଶ ମଂଚର ଆହ୍ୱାନ: ସୀମାନ୍ତ ନକ୍ସଲ ପ୍ରବଣ ଅଂଚଳରେ ଲୋକେ ସତର୍କ ସୂଚନା, ଗାଁରେ ନକ୍ସଲଙ୍କୁ ପୁରାଇ ଦିଅନ୍ତୁ ନାହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସସମ୍ତ ନକ୍ସଲ ପ୍ରବଣ ଅଂଚଳରେ ଏବେ ନକ୍ସଲ ବିରୋଧୀ ପୋଷ୍ଟରମାନ ଦେଖିବାକୁ ମିଳିଛି। ଜିଲ୍ଲାର ମହୁପଦର ଅଂଚଳ, କାଲିମେଳା ଅଂଚଳ, ସ୍ବାଭିମାନ ଅଂଚଳ, ମାଡକାପଦର ଅଂଚଳ, ମୁଦୁଲିପଡା ଅଂଚଳ, ତୁଳସୀ ଡଂଗର ଅଂଚଳ ଗୁଡିକରେ ପୋଷ୍ଟର ମରାଯାଇ ଗ୍ରାମବାସୀଙ୍କୁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଆଜି ସାରା ପୃଥିବୀକୁ କରୋନା ଭାଇରାସ ଆକ୍ରାନ୍ତ କରିସାରିଥିବା ବେଳେ ଭାରତରେ ମଧ୍ୟ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇସାରିଲେଣି।

ଏଥିସହ ଆମ ଓଡିଶାରେ ମଧ୍ୟ କରୋନା ରୋଗରେ ଶିକାର ହୋଇସାରିଲେଣି। ଏଥିପାଇଁ ସରକାର ଏହାକୁ ଜାତୀୟ ବିପତ୍ତି ଘୋଷଣା ମଧ୍ୟ କରିଛନ୍ତି। ଯେହେତୁ ଏହି ରୋଗର କୌଣସି ଔଷଧ ନାହିଁ ତେଣୁ ଆମକୁ ସଚେତନ ରହିବା ପାଇଁ ସରକାର ଏବଂ ପ୍ରଶାସନ ବାରମ୍ବାର ଚେତାବନୀ ଦେଉଛନ୍ତି। ଏଥିସହ ସାରା ରାଜ୍ୟ ଏବଂ ଜିଲ୍ଲାରେ ଲକ୍ ଡାଉନ କରାଯାଇଛି। ଘରୁ କେହି ମଧ୍ୟ ପଦାକୁ ୨୧ ଦିନ ପର୍ଯ୍ୟନ୍ତ ନବାହାରିଲେ ଏହି ରୋଗକୁ ପ୍ରତିହତ କରାଯାଇପାରିବ ବୋଲି କୁହାଯାଇଛି। ରାଜ୍ୟ ସରକାର ଏଥିପାଇଁ କଡା ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଯାହାକୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ଲୋକଙ୍କ ଜୀବନ ବଂଚାଇବାକୁ ଅହରହ ପରିଶ୍ରମ କରୁଛନ୍ତି।

ଆମ ଜିଲ୍ଲାକୁ ଆସୁଥିବା ମାଓବାଦୀମାନେ ବିଭିନ୍ନ ରାଜ୍ୟରୁ ଆସୁଛନ୍ତି। ବାହାର ରାଜ୍ୟରୁ ଆସୁଥିବା ମାଓବାଦୀମାନଙ୍କୁ କରୋନା ଭାଇରାସ ହେବାର ସମ୍ଭାବନା ଅଧିକା ରହିଛି। ତେଣୁ ଆପଣମାନେ ଘରୁ ପଦାକୁ ନବାହାରି ନକ୍ସଲମାନଙ୍କ ସହ ନମିଶି ରହିଲେ ହୁଏତ ଆପଣମାନେ ମଧ୍ୟ ଏହି ରୋଗରୁ ବର୍ତ୍ତି ପାରିବେ।ସହରରେ ପ୍ରଶାସନ ଜୋର ଜବରଦସ୍ତ ଲୋକଙ୍କୁ ଘରୁ ବାହାରିବାକୁ ମନା କରିବା ସହ ଏଥିପାଇଁ ଦଣ୍ଡ ମଧ୍ୟ ଦେଉଛି। କିନ୍ତୁ ସୀମାନ୍ତରେ ନକ୍ସଲ ଏହି ଭାଇରାସ ଆଣି ଆପଣମାନଙ୍କୁ ମୃତ୍ୟୁମୁଖରେ ପକାଇଲେ ପ୍ରଶାସନ କିଛି କରିପାରିବ ନାହିଁ।

ତେଣୁ ଗ୍ରାମବାସୀମାନେ ସଂକ୍ରମିତ ହୋଇଥିବା ମାଓବାଦୀମାନଙ୍କ ଠାରୁ ଦୁରରେ ରୁହନ୍ତୁ। ତାଂକ ସଂସ୍ପର୍ଶରେ ଆସନ୍ତୁ ନାହିଁ। ମାଓବାଦୀମାନଙ୍କ ଦ୍ବାରା ସଂଗଠିତ ସଭାସମିତିରେ ଯାନ୍ତୁ ନାହିଁ। ସାମାଜିକ ଦୂରତ୍ୱ ହିଁ ଏହି ରୋଗରୁ ବର୍ତ୍ତିବା ପାଇଁ ଏକମାତ୍ର ଉପାୟ। ସେମାନଙ୍କୁ ଆବଶ୍ୟକ ହେଉଥିବା ଜିନିଷ ପତ୍ର ଦିଅନ୍ତୁ ନାହିଁ। ଯାହାଫଳରେ ସେମାନେ ଆପଣମାନଙ୍କୁ ସଂକ୍ରମିତ କରିବାରେ ସୁବିଧା ହେବ। ତେଣୁ ନିଜେ ସତର୍କ ରହିଲେ ଏହି ଭାଇରାସ ବ୍ୟାପିବା ସମ୍ଭାବନା ନାହିଁ। ସରକରା ଏବଂ ପ୍ରଶାସନ ବାରମ୍ବାର ଲୋକମାନଙ୍କୁ ଏକାଠୀ ହେବାକୁ ମନା କରୁଛି। ପ୍ରାୟ ଏକ ମିଟର ଦୁରରେ ରହି କଥାବାର୍ତ୍ତା କରିବା ପାଇଁ କହୁଛି।

publive-image

ଆପଣମାନେ ସଂକ୍ରମିତ ଲୋକଙ୍କ ଠାରୁ ପ୍ରାୟତଃ ବହୁ ଦୁରରେ ରହିବା ଦରକାର। କିନ୍ତୁ କାହିଁକି ସେମାନଙ୍କ ସହ ମିଶି ରୋଗକୁ ଆମନ୍ତ୍ରଣ କରିବେ। ତେଣୁ ଆପଣମାନେ ଘରୁ ପଦାକୁ ବାହାରନ୍ତୁ ନାହିଁ। ସରକାର ବାହାର ଲୋକଙ୍କ ସହ ମିଶିବାକୁ ମନା କରିଛନ୍ତି। ଏପରିକି ବହୁ ଗ୍ରାମର ଲୋକ ନିଜର ସୀମାକୁ ସିଲ କରିଦେବା ସହ ବାହାରୁ ଆସୁଥିବା ଲୋକଙ୍କୁ ଗ୍ରାମରେ ପ୍ରବେଶକୁ ମନା କରିଦେଇଛନ୍ତି। ତେଣୁ ଆପଣମାନେ ମଧ୍ୟ ଗ୍ରାମରେ ପଶୁଥିବା ନକ୍ସଲମାନଙ୍କୁ ସିଧା ମନା କରନ୍ତୁ ବୋଲି ଜିଲ୍ଲା ଆଦିବାସୀ ଶାନ୍ତି ବିକାଶ ମଂଚ ଏବଂ ବିଶ୍ବ ଆରୋଗ୍ୟ ଚେତନା ସମିତି ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି।

ମାଓବାଦୀମାନେ ଯଦି ଏହି ରୋଗରୁ ବର୍ତ୍ତିବାକୁ ହେଲେ ତୁରନ୍ତ ପୋଲିସ ନିକଟରେ ଆତ୍ମସମର୍ପଣ କରି ନିଜକୁ ଏବଂ ନିଜର ପରିବାରକୁ ବଞ୍ଚାନ୍ତୁ।ଗାଁ ଗାଁ ବୁଲି ରୋଗ ସଂକ୍ରମଣର ବାହକ ନହୋଇ ପ୍ରଶାସନ ସହ ହାତ ମିଳାଇ ନିଜର ଚିକିତ୍ସା କରାନ୍ତୁ। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ନିଜ ଜୀବନକୁ ଏହି ମାରାତ୍ମକ ରୋଗରୁ ବଞ୍ଚାଇପାରିବେ। ଏଥିସହ ଦୁର୍ଗମ ଅଂଚଳରେ ରହୁଥିବା ଅସହାୟ ଆଦିବାସୀଙ୍କ ଜୀବନଙ୍କୁ ମଧ୍ୟ ବଂଚାଇପାରିବେ। ଆପଣମାନେ ଜାଣି ନାହାନ୍ତି ଯେ ଆପଣମାନେ କେତେ ସଂକ୍ରମିତ ହୋଇଛନ୍ତି।ଜିଲ୍ଲାରେ ଶାନ୍ତି ଫେରାଇ ଆଣିବାକୁ ହେଲେ ଏହି ରୋଗରୁ ନିଜେ ଏବଂ ଗ୍ରାମବାସୀଙ୍କୁ ବଞ୍ଚାନ୍ତୁ ବୋଲି ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe