ବିଦ୍ୟାଳୟରେ ସଂଗ୍ରାହଳୟ: ଆଦିବାସୀ ସଂସ୍କୃତି ଓ ଜୀବନଧାରା ବେଶ ଆକର୍ଷଣୀୟ

Advertisment
ବିଦ୍ୟାଳୟରେ ସଂଗ୍ରାହଳୟ: ଆଦିବାସୀ ସଂସ୍କୃତି ଓ ଜୀବନଧାରା ବେଶ ଆକର୍ଷଣୀୟ

Sambad

ରାୟଗଡା: ରାୟଗଡା ବ୍ଲକର କନ୍ଧ ମାଲିଗାଁ ପ୍ରାଥମିକ ବିଦ୍ୟାଳୟରେ ରହିଛି ଆଦିବାସୀ ସଂଗ୍ରାହଳୟ। ଏହି ସଂଗ୍ରାହଳୟରେ ଆଦିବାସୀଙ୍କ ଦୈନଦିନ ଜୀବନ ଶୈଳୀର ସମସ୍ତ ଝରକ ରହିଛି। ଆଦିବାସୀ ସଂସ୍କୃତି ଓ ପରମ୍ପରାରେ ବ୍ୟବହୃତ ସମସ୍ତ ସାମଗ୍ରୀ ଏଠରେ ଦେଖିବାକୁ ମିଳିଛି। ବିଦ୍ୟାଳୟର ଦୁଇଟି କୋଠରୀରେ ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ରୋଷେଇ ସାମଗ୍ରୀ, ଅଳଙ୍କାର, ପାରମ୍ପରିକ ବାଦ୍ୟଯନ୍ତ୍ର, ଭେଷବୁଶା, ଆଦିବାସୀ ପୁସ୍ତକ, ଚାଷ କାମରେ ବ୍ୟବହୃତ ଯନ୍ତ୍ରପାତି ଭଳି ବିଭିନ୍ନ ସାମଗ୍ରୀ ରହିଛି। ଆଦି ବାସୀଙ୍କ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ପିଲାମାନେ ଏଥିରୁ ଜ୍ଞାନ ଆରୋହଣ କରି ପାରିବେ ବୋଲି କୁହାଯାଇଛି। ଆଦିବାସୀଙ୍କ ଖାଦ୍ୟରେ ରହିଥିବା ବିଭିନ୍ନ ସାମଗ୍ରୀକୁ ମଧ୍ୟ ସ୍ଥାନ ଦିଆଯାଇଛି। ବିଦ୍ୟାଳୟରେ କଠୋରୀର ଅଭାବ ରହିଥିଲେ ମଧ୍ୟ ସର୍ବଶିକ୍ଷା ଅଭିଯାନ ତରଫରୁ ଏଭଳି ଅଭିନବ ପ୍ରୟାସ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି। ଜିଲ୍ଲାର କନ୍ଧ ମାଲିଗାଁ ବିଦ୍ୟାଳୟକୁ ପରୀକ୍ଷା ମୂଳକ ଭାବେ ପ୍ରଥମ କରି ଏହି ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରାଯାଇଛି।

publive-image Sambad

ଏହା ସଫଳ ହେଲେ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକରେ ମଧ୍ୟ ଏଭଳି ସଂଗ୍ରହାଳୟ ନିର୍ମାଣ କରାଯିବ ବୋଲି କୁହାଯାଇଛି। ସର୍ବ ଶିକ୍ଷା ଅଭିଯାନ ତରଫରୁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଜିଲ୍ଲାର କୋଣ ଅନୁକୋଣରୁ ସାମଗ୍ରୀ ସଂଗ୍ରହ କରି ଏହି ସଂଗ୍ରହାଳୟରେ ରଖାଯାଇଛି। କେବଳ ମାଲିଗାଁ ସ୍କୁଲର ପିଲାମାନେ ହିଁ ନୁହନ୍ତି ସାଧାରଣ ଜନତା ଏବଂ ଅନ୍ୟ ବିଦ୍ୟାଳୟର ପିଲାଙ୍କ ପାଇଁ ମଧ୍ୟ ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ବେଶ ପରିଗଣିତ ହେବ ବୋଲି କୁହାଯାଇଛି। ଆଜି ଗୁରୁବାର ଜିଲ୍ଲାପାଳ ସ୍ବଧାଦେବ ସିଂହ ଏହି ସଂଗ୍ରହାଳୟ ବୁଲି ଦେଖିଥିଲେ।

publive-image Sambad

ସେ ସଂଗ୍ରାହଳୟରେ ରହିଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ଏଭଳି ସଂଗ୍ରହାଳୟ ସମସ୍ତ ବ୍ଲକରେ ହେବା କଥା ବୋଲି ସେ କହିଥିଲେ। ଆଦିବାସୀ ପିଲା ନିଜେ ମଧ୍ୟ ନିଜ ସମ୍ପ୍ରଦାୟରେ ଏଭଳି ସାମଗ୍ରୀ ରହିଥିବା ଜାଣି ନଥିଲେ। ତେବେ ଏହି ସଂଗ୍ରାହଳୟରେ ସେମାନେ ଜ୍ଞାନ ପାଇ ପାରିବେ ବୋଲି କୁହାଯାଇଛି। ସ୍କୁଲ କାନ୍ଥରେ ଆଦିବାସୀ ରମଣୀ ଏବଂ ପୁରୁଷଙ୍କର ସୁନ୍ଦର ଚିନ୍ତ ଅଙ୍କିତ କରାଯାଇ ସଂଗ୍ରାହଳୟକୁ ଆହୁରି ଆକୃଷ୍ଟ କରାଯାଇଛି। ସେହିପରି ସଂଗ୍ରାହଳୟରେ ଏକ ଟିଭି ରଖାଯାଇ ଆଦିବାସୀଙ୍କ ଜୀବନୀ ଉପରେ ଫଟୋ ଚିତ୍ର ସହ ଡକ୍ୟୁମେଣ୍ଟାରୀ ସିନେମା ପ୍ରଦର୍ଶିତ ହେଉଛି। ଆଦିବାସୀ ପୁସ୍ତକ ମଧ୍ୟ ସଂଗ୍ରାହଳୟର ଗୌରବ ବଢାଉଛି। ଆଦିବାସୀ ମହିଳାଙ୍କ ରୋଷେଇ ଶାଳ ଓ ପୁରଷଙ୍କ ଜଙ୍ଗଲରେ ଭ୍ରମଣ ଆଦିବାସୀ ଦୃଶ୍ୟ ଚିତାକର୍ଷକ ହୋଇଛି। ଅନ୍ୟ ବିଦ୍ୟାଳୟର ପିଲାମାନେ ଏହି ସଂଗ୍ରାହଳୟ ବୁଲାଇବା ପାଇଁ ଆସିବା ଦରକାର ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe