ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Advertisment

୨୦୨୧ ଜନଗଣନାରେ ସାର୍ନା ଧର୍ମ  କୋଡ ମାନ୍ୟତା ଦାବି 

୨୦୨୧ ଜନଗଣନାରେ ସାର୍ନା ଧର୍ମ  କୋଡ ମାନ୍ୟତା ଦାବି 

ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା: ୨୦୨୧ ଜନଗଣନାରେ ଆଦିବାସୀ ପ୍ରକୃତି ପୂଜା ସାର୍ନା ଧର୍ମର ମାନ୍ୟତା ତଥା କୋଡ୍ ଓ କୋଲମର ପ୍ରବନ୍ଧନ ଦାବିରେ ଆଦିବାସୀ ସେଙ୍ଗଲ ଅଭିଯାନ(ଆସା) ଆନ୍ଦୋଳନ ଜାରି ରଖିଛି।

ଆଜି ଆସାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ପ୍ରଦେଶ ସଭାପତି ନରେନ୍ଦ୍ର ହେମ୍ବ୍ରମଙ୍କ ନେତୃତ୍ୱରେ ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ଜୋନାଲ ପ୍ରମୁଖ ନାରାନ ମୁର୍ମୁ, କାଲୁରାମ ମୁର୍ମୁ, ଲାଦୁରାମ ସୋରେନ୍, ଉଦୟ ହେମ୍ବ୍ରମ, ମାଧବ ଚନ୍ଦ୍ର ମୁର୍ମୁ, ମାଧବ ଚନ୍ଦ୍ର ସୋରେନ, ପ୍ରମୁଖ ଯୋଗଦେଇଥିଲେ।

୨୦୨୧ ଜନଗଣନାରେ ଆଦିବାସୀମାନଙ୍କୁ ହିନ୍ଦୁରୁ ବାଦ ଦେଇ ସ୍ୱତନ୍ତ୍ର ସାର୍ନା ଧରମ କୋଡ ମାନ୍ୟତା ପ୍ରଦାନ ପୂର୍ବକ ଜନଗଣନାରେ ଏକ କଲମର ପ୍ରବନ୍ଧନ କରାଇବା ନିମନ୍ତେ ଦାବି କରିଥିଲେ । ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଜରିଆରେ ପ୍ରଦାନ କରିଥିଲେ । ଆସନ୍ତା ଜାନୁଆରି ୩୧ ପୂର୍ବରୁ ଏହା ଘୋଷଣା କରାନଗଲେ ଆସାମ, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶା ଆଦି ଆଦିବାସୀ ବହୁଳ ରାଜ୍ୟଗୁଡ଼ିକରେ ରେଳପଥ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe