ନାମଲେଖା ବାତିଲ ଘଟଣା: ଆଲୋଚନାକୁ ନଆସିବାରୁ ତାତିଲେ ଅଭିଭାବକ

Advertisment
ନାମଲେଖା ବାତିଲ ଘଟଣା: ଆଲୋଚନାକୁ ନଆସିବାରୁ ତାତିଲେ ଅଭିଭାବକ

ଯୋଡା: ଟାଟାଷ୍ଟିଲ ଫାଉଣ୍ଡେସନ ଦ୍ବାରା ପରିଚାଳିତ ପଶ୍ଚିମଯୋଡ଼ା ପ୍ରାଥମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ବାତିଲ କରାଯାଇଥିବାରୁ ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏ ସମ୍ପର୍କରେ ଅଭିଭାବକ ଓ ଟାଟାଷ୍ଟିଲ ଫା‌ଉ‌ଣ୍ଡେସନର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପାଇଁ ଆଜି ସମୟ ନିର୍ଘଣ୍ଟ ହୋଇଥିଲା। ଟାଟାଷ୍ଟିଲର ଫାଉଣ୍ଡେସନର ଅଧିକାରୀମାନେ ଆଲୋଚନା ପାଇଁ ନ ଆସିବାରୁ ଆଜି ପୁଣି ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇ ଜେସିଓ ଏବଂ ଟାଟାଷ୍ଟିଲ ଫାଉଣ୍ଡେସନ କାର୍ଯ୍ୟାଳୟ ଘେରାଉ କରିଛନ୍ତି।
ପଶ୍ଚିମଯୋଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରୀଙ୍କ ନୂତନ ନାମଲେଖାକୁ ବାତିଲ କରାଯିବା ପରେ ଏହାକୁ ବିରୋଧ କରି କିଛିଦିନ ତଳେ ଅଭିଭାବକମାନେ ପଶ୍ଚିମ‌ଯୋଡ଼ାସ୍ଥିତ ଟାଟା କମ୍ପାନିର କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସମସ୍ୟାର ସମାଧାନ ପାଇଁ ଆଜି ଏକ ବୈଠକ ହେବ ବୋଲି ଦିନଧାର୍ଯ୍ୟ ହୋଇଥିଲା। ପୂର୍ବାହ୍ନ ୧୦ଟାବେଳେ ବିଦ୍ୟାଳ‌ୟରେ ଅଭିଭାବକମାନେ ଏକାଠି ହୋଇଥିଲେ। ଟାଟାଷ୍ଟିଲ ଫାଉଣ୍ଡେସନ ଅଧିକାରୀ ଅନୁପସ୍ଥିତ ରହିବା କାରଣରୁ ଆଲୋଚନା ହୋଇପାରି ନଥିଲା। ୨ଘଣ୍ଟା ଧରି ଅପେକ୍ଷା କରିବା ପରେ ଟାଟାଷ୍ଟିଲ ଫାଉଣ୍ଡେସନ ଅଧିକାରୀ ଅଧିକାରୀ ରବୀନ୍ଦ୍ର କୁମାର ବୈଠକକୁ ନଆସିବାରୁ ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇ ଯୋଡ଼ାସ୍ଥିତ କମ୍ପାନିର ଜେସିଓ କା‌ର୍ଯ୍ୟାଳୟ ଘେରାଉ କରିଥିଲେ। ସେଠାରେ କୌଣସି ଅଧିକାରୀ ଉପସ୍ଥିତ ନଥିବାରୁ ଅଭିଭାବକମ‌ାନେ ପୁଣି ଟାଟାଷ୍ଟିଲ ଫାଉଣ୍ଡେସନର କାର୍ଯ୍ୟାଳୟକୁ ଘେରାଉ କରିଥିଲେ। କୌଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବାକୁ ଆସି ନଥିଲେ। ଏ ସମ୍ପର୍କରେ ଜାଣିବାପାଇଁ କମ୍ପାନି କର୍ତ୍ତୃପକ୍ଷସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe