୨୯ତମ ଜାତୀୟ ଆଡ୍‌ଭେଞ୍ଚ ଫେଷ୍ଟିଭାଲ୍ ଅନୁଷ୍ଠିତ

୨୯ତମ ଜାତୀୟ ଆଡ୍‌ଭେଞ୍ଚ ଫେଷ୍ଟିଭାଲ୍ ଅନୁଷ୍ଠିତ

ବ୍ରଜରାଜନଗର: ଜାତୀୟ ଆଡଭେଞ୍ଚର କ୍ଳବ୍ ଚଣ୍ଡୀଗଡ଼ ଦ୍ୱାରା ଆୟୋଜିତ ୨୯ତମ ଜାତୀୟ ଆଡଭେଞ୍ଚର ଫେଷ୍ଟିଭାଲ-୨୦୨୩ ରେ ଓଡ଼ିଶାର ୨୮ ଜଣିଆ  ପର୍ବତାରୋହୀ ଦଳ ବ୍ରଜରାଜନଗରର ଅଜିତ ପାଢ଼ୀଙ୍କ ନେତୃତ୍ୱରେ ଚଣ୍ଡୀଗଡ଼ ଯାଇଥିଲେ। ସେମାନେ ହିମାଚଳ ପ୍ରଦେଶର  ୧୧ ହଜାର ୭୦୦  ଫୁଟ ଉଚ୍ଚ  ସୋଲାଙ୍ଗ ସ୍ଫିତି ଉପତ୍ୟକା ସଫଳତାର ସହ ଆରୋହଣ କରିଥିବା ଅଜିତ ଜଣାଇଛନ୍ତି। ଓଡ଼ିଶା ଟିମ୍ ଗତ ୪ ତାରିଖ ମନାଲି ନିକଟସ୍ଥ ସୋଲାଙ୍ଗରୁ ଚଢ଼ିବା ଆରମ୍ଭ କରିଥିଲେ। ପ୍ରତିକୂଳ ପାଗ ସହିତ ତୁଷାରପାତ ଓ ବରଫ ଯୋଗୁଁ  ଚଢ଼ିବା ସହଜ ହୋଇ ନ ଥିବା କହିଥିଲେ ଅଜିତ। ଓଡ଼ିଶା ଟିମ୍  ୭ ତାରିଖ ଅପରାହ୍ନ ୧.୪୦ ରେ  ସୋଲାଙ୍ଗ ଶିଖରରେ ଚଢ଼ି ସେଠାରେ ଉଡ଼ାଇଥିଲେ ଜାତୀୟ ପତାକା। ରାଜ୍ୟ ଟିମର ନେତୃତ୍ୱ ନେଇଥିବା ଅଜିତ ସେଠାରେ ଜୟ ଜଗନ୍ନାଥ ନାରା ଦେଇଥିଲେ।

ଗୁରୁବାର ପୂର୍ବାହ୍ନରେ ଓଡ଼ିଶା ଦଳ ଉପତ୍ୟକାର ପାଦଦେଶ  ସୋଲାଙ୍ଗରେ ପହଞ୍ଚିଛନ୍ତି। ଓଡ଼ିଶା ପର୍ବତରୋହୀ ଦଳ ସଫଳତାର ସହ ପର୍ବତାରୋହଣ କରିଥିବାରୁ  ଏଏଏସଏ ସମ୍ପାଦକ ତଥା  ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ ଗଣେଶ ଚନ୍ଦ୍ର ଜେନା ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ଟିମ୍ ଗୁରୁବାର ଚଣ୍ଡୀଗଡ଼ ଅଭିମୁଖେ ବାହାରିଛି। ସେଠାରେ ଶୁକ୍ରବାର ଉଦଯାପନୀ ଉତ୍ସବରେ ଯୋଗଦେବେ। ଏହି ଟିମରେ ବ୍ରଜରାଜନଗରର ପ୍ରକାଶ ପ୍ରଧାନ ମଧ୍ୟ ଥିଲେ। ଏହି ଉତ୍ସବରେ ପଞ୍ଜାବ, ଛତିଶଗଡ଼, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ, ହରିୟାଣା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ପରି ରାଜ୍ୟର ପର୍ବତାରୋହୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe