ଆଇନଜୀବୀ ସତୀଶ ପଟ୍ଟନାୟକଙ୍କ ମୃତ୍ୟୁ, ବିଭିନ୍ନ ମହଲରେ ଶୋକ

Advertisment
ଆଇନଜୀବୀ ସତୀଶ ପଟ୍ଟନାୟକଙ୍କ ମୃତ୍ୟୁ, ବିଭିନ୍ନ ମହଲରେ ଶୋକ

ଜୟପୁର : ଗତ ୨୪ତାରିଖ ଦିନ ଯୁବ ଆଇନଜୀବୀ ସତୀଶ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଯାଇଛି। ମୃତ ସତୀଶ ଜୟପୁର ଜିଲ୍ଲା ଆଇନଜୀବୀ ସଂଘର ଲାଇବ୍ରେରୀ ସଂପାଦକ ଥିଲେ। ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ଏକ ଶୋକ ସଭା କରାଯାଇଥିଲା। ଜୟପୁର ଜିଲ୍ଲା ଓକିଲ ସଂଘର ସଭାପତି ସରୋଜ ଦାଶ ସଭାପତିତ୍ବ କରିଥିଲେ। ଏଥିରେ ଜିଲ୍ଲା ଦୌରାଜଜ୍ ବିମଳ କୁମାର ଚାନ୍ଦ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜେଶ ନାୟର, ସିଜିଏମ୍, ସଂଘର ଉପସଭାପତି ପିଣ୍ଟୁ ମାଝୀ, ସଂପାଦକ ଆନନ୍ଦ ରଥ, ସହସଂପାଦକ ଗିରଧର ଖରା, କୋଷାଧ୍ୟକ୍ଷ ଗୋପବନ୍ଧୁ ସାନ୍ତ୍ରା, ବରିଷ୍ଠ ଆଇନଜୀବୀ ବିରେଶ ପଟ୍ଟନାୟକ, ପି.ରମେଶ ପାତ୍ର, ରବିନ୍ଦ୍ର ପାତ୍ର, ସତ୍ୟ ଆଚାରୀ, ସତ୍ୟ ପାଢ଼ୀ, ମଦନ ମୋହନ ନାୟକ, କେ.ଦିବାକର ରାଓ, ହରିଶ୍ଚନ୍ଦ୍ର ମୁଦୁଲିଙ୍କ ସହ ବହୁ ଆଇନଜୀବୀ ଯୋଗ ଦେଇ ଅମରଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ। ସମାଜସେବୀ କାର୍ତ୍ତିକ ରାଉତ, ମିହିର କର୍କରାଙ୍କ ସହ ସହରର ବହୁ ଔଷଧ ଦୋକାନୀ, ଔଷଧ ବିକ୍ରେତା ପ୍ରତିନିଧି ପ୍ରମୁଖ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe