ବରିଷ୍ଠ ଆଇନଜୀବୀ ବିଚିତ୍ର ବଡ଼ଜେନାଙ୍କ ସ୍ମୃତିଚାରଣ ସଭା

Advertisment
ବରିଷ୍ଠ ଆଇନଜୀବୀ ବିଚିତ୍ର ବଡ଼ଜେନାଙ୍କ ସ୍ମୃତିଚାରଣ ସଭା

Sambad

ଖୋର୍ଦ୍ଧା: ଖୋର୍ଦ୍ଧାର ଜଣାଶୁଣା ଆଇନଜୀବୀ ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ବିଚିତ୍ର କୁମାର ବଡ଼ଜେନାଙ୍କ ଏକାଦଶାହ ଉପଲକ୍ଷେ ଆଜି ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଡିଏ କଲ୍ୟାଣ ମଣ୍ଡପରେ ଖୋର୍ଦ୍ଧା ଓକିଲ ସଂଘ ଓ ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ ସାମନ୍ତସିଂହାର ଅଧ୍ୟକ୍ଷତା କରିଥିଲେ। ସମାଜସେବୀ ତଥା ଖୋର୍ଦ୍ଧା ନାଗରିକ ମଞ୍ଚର ସଂଜୟ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ତଥା ପୂର୍ବ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବିଜେପି ଜିଲ୍ଲା ସଭାପତି ରଶ୍ମୀ ମହାପାତ୍ର, ବାମପନ୍ଥୀ ନେତା ଅନନ୍ତ ମଙ୍ଗରାଜ, ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ମହିଳା ବିଜେଡିର ବରିଷ୍ଠ ରାଜ୍ୟ ଉପସଭାପତି ବାସନ୍ତୀ ମହାପାତ୍ର, ରିଷ୍ଣା ମାନ୍ଧାତା, ବରିଷ୍ଠ ଆଇନଜୀବୀ ଶିଶିର ପରିଡ଼ା, ନିଖିଳ ଓଡ଼ିଶା ଓକିଲ ସଂଘର ସଭାପତି ଅକ୍ଷୟ ପତି ପ୍ରମୁଖ ଯୋଗ ଦେଇ ଦିବଂଗତ ବଡ଼ଜେନାଙ୍କ କର୍ମମୟ ବ୍ୟକ୍ତିତ୍ୱ, ଅମାୟିକ ବ୍ୟକ୍ତିତ୍ୱ ଆଦିର ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ବିଚିତ୍ର ବଡ଼ଜେନାଙ୍କ ସ୍ମୃତିରେ ଉକ୍ରଳ ପ୍ରଦୀପ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ବଡ଼ଜେନାଙ୍କ ଖୋର୍ଦ୍ଧାର ବିକାଶ, ଓଡ଼ିଆ ଭାଷା ଆନେ୍ଦାଳନ ପ୍ରତି ସମର୍ପଣକୁ ସ୍ୱୀକୃତି ପ୍ରଦାନ କରି ନାଗରିକ ମଞ୍ଚ ପକ୍ଷରୁ ଏକ ମାନପତ୍ର ବଡ଼ଜେନାଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯାଇଥିଲା। ଦିବଂଗତ ବଡ଼ଜେନାଙ୍କ ପତ୍ନୀ ଉର୍ମିଳା, ବଡ଼ପୁଅ ଅଂଶୁମାନ ବଡ଼ଜେନା, ବୋହୂ ପୁଷ୍ପାଞ୍ଜଳି ବଡ଼ଜେନା, ଛୋଟପୁଅ ଦୀପ୍ତିମାନ ଓ ବୋହୂ ସୂଚିସ୍ମିତା ଏହି ମାନପତ୍ର ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe