Sambad
ଭଦ୍ରକ: ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଇନଜୀବୀ ମାନଙ୍କ ଆନ୍ଦୋଳନକୁ ବେଆଇନ ତଥା ଅସିଦ୍ଧ ଘୋଷଣା କରିବା ସହ ଆନ୍ଦୋଳନରତ ଆଇନଜୀବୀ ମାନଙ୍କ ଲାଇସେନ୍ସ ବାତିଲ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ଭଦ୍ରକ ଜିଲ୍ଲାର ଆଇନଜୀବୀ ମାନେ ପ୍ରତିବାଦ ଜାରି ରଖିଛନ୍ତି। ଗଣତନ୍ତ୍ର ରାଷ୍ଟ୍ରରେ ନିଜର ଗଣତାନ୍ତ୍ରିକ ନ୍ୟାର୍ଯ୍ୟ ଦାବିକୁ ହାସଲ କରିବାର ପ୍ରୟାସରେ ଆନ୍ଦୋଳନ କରିବା ସମ୍ବିଧାନ ସମ୍ମତ। ଏଥିରୁ କୌଣସି ନାଗରିକଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ। ଆଇନଜୀବୀ ମାନଙ୍କ ସର୍ବୋଚ୍ଚ ନିତୀନିର୍ଦ୍ଧାରଣ ସଂସ୍ଥା ଭାରତୀୟ ବାର କାଉନସିନ ସର୍ବୋଚ୍ଚ ଅଦାଲତ ନୁହଁ। ନିତିଗତ ନିଷ୍ପତ୍ତି ନେବାର ଅଧିକାର କେବଳ ବାର କାଉନସିଲର ଅଛି। ଆଇନଜୀବୀ ମାନଙ୍କୁ କୌଣସି ସରକାରି ଅନୁଦାନ ମିଳୁନ ଥିବା ବେଳେ ସେମାନଙ୍କ ସ୍ବାଧିନ ବୃତ୍ତିଗତ ଜୀବନରେ ହସ୍ତକ୍ଷେପର ଅଧିକାର ନ୍ୟାୟାଳର ନାହିଁ ବୋଲି ଭଦ୍ରକ ଓକିଲ ସଂଘର ସଭ୍ୟମାନେ ଆଜି ଆନ୍ଦୋଳନ କରିବା ସମୟରେ ନାରା ଦେଉଥିଲେ।
ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶକକୁ ବିରୋଧ କରି ଓଡିଶା ରାଜ୍ୟ ବ୍ୟାପି ଆଇନଜୀବୀ ମାନଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ସମର୍ଥନ କରି ଭଦ୍ରକରେ ମଧ୍ୟ ଆଇନଜୀବୀ ମାନେ ଏହାକୁ ପାଳନ କରି କାର୍ଯ୍ୟବନ୍ଦ କରିଛନ୍ତି। ଆଇନଜୀବୀ ମାନେ ସକାଳେ ନଳାଙ୍ଗ ଜିଲ୍ଲା ଜଜ୍ ଅଦାଲତର ମୂଖ୍ୟ ଫାଟକକୁ ବନ୍ଦ ରଖି ହରତାଳ କରିବା ସହ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଦେଶର ପୁନଃ ବିଚାର କରିବାକୁ ଆହ୍ବାନ ଦେଇଛନ୍ତି। ଭଦ୍ରକ ଓକିଲ ସଂଘର ଉପ ସଭାପତି ଗୋପବନ୍ଧୁ ଦିକ୍ଷିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସତ୍ୟାଗ୍ରହ ଆନ୍ଦୋଳନରେ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ବରିଷ୍ଠ ଅଧିବକ୍ତା ନିରାକାର ଜେନା, ଦିବ୍ୟସିଂହ ନାୟକ, ଅରୁଣ ଚାନ୍ଦ, ସନ୍ତୋଷ କୁମାର ଆଚାର୍ଯ୍ୟ, ପବନ ଶର୍ମା, ରାଜୀବ ବାରିକ, ବିଜନ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନିକୁଞ୍ଜ ପୁହାଣ, ରଶ୍ମିରଂଜନ ଦିକ୍ଷିତ, ଧୀରେନ୍ଦ୍ର କୁମାର ରାୟ, ରାଧା ଦାସ, ଶରତ କୁମାର ମହାକୁଡ, ନାରାୟଣ ନାୟକ, ସେଖ ଇସ୍ତାର, ଗୋପବନ୍ଧୁ ଦିକ୍ଷିତ, ବିଷ୍ଣୁମୋହନ ମହାପାତ୍ର ପ୍ରମୁଖ ସତାଧିକ ଆଇନଜୀବୀ ଏହି ସତ୍ୟାଗ୍ରହରେ ଯୋବ ଦେବା ସହ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
Follow Us