ପ୍ରେମ ସମ୍ପର୍କରେ ଭଟ୍ଟା: ରାଗରେ ପ୍ରେମିକାର ତଣ୍ଟି କାଟି ନିଜେ ବିଷ ପିଇଲା ପ୍ରେମିକ

Advertisment
ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ: ମହିଳାକୁ ଦୁଷ୍କର୍ମ ଉଦ୍ୟମ, ସ୍ୱାମୀଙ୍କୁ ହାଣକାଟ

DNA India

ଝାରସୁଗୁଡ଼ା: ଏକବର୍ଷ ଧରି ଚାଲିଥିଲା ପ୍ରେମ ସମ୍ପର୍କ। ଶେଷରେ ପ୍ରେମିକାର ମନର ପରିବର୍ତନକୁ ଦେଖି  କିଭଳି ପ୍ରେମିକ ହିଂସ୍ର ହୋଇପାରେ ତାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅଞ୍ଚଳରେ। ଶେଷରେ ପ୍ରେମିକ କ୍ରୋଧର ବଶବର୍ତ୍ତୀ ହୋଇ ପ୍ରେମିକାର ଘରେ ନିଜେ ବିଷ ପିଇବା ସହିତ ପ୍ରେମିକାର ଗଳା କାଟି ମରଣାନ୍ତକ ଆକ୍ରମଣ କରିବା  ଘଟଣା ଏଠାରେ ବେଶ  ଚର୍ଚ୍ଚାର ବିଷୟ ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ  ବାଲେଶ୍ୱରର ଜଣେ ଯୁବକ ସିପନ ଜେନା(୨୬)ବଡମାଲ ଅଞ୍ଚଳରେ ରହି କୌଣସି ଠାରେ କାମ କରୁଥିଲା। ଏହା ଭିତରେ ଜଣେ ଟ୍ରାନ୍ସପୋର୍ଟର ସହିତ ପରିଚିତ ହେବାରୁ ଯୁବକ ଜଣକ ଟ୍ରାନ୍ସପୋର୍ଟର ଘରକୁ ଯିବା ଆସିବା ଭିତରେ ଟ୍ରାନ୍ସପୋଟରର ଯୁବତୀ ଝିଅ (୨୦) ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ଭିତରେ ଝିଅଟି ଛତିଶଗଡ଼ ପାଠପଢିବାକୁ ଚାଲିଯାଇଥିଲା।ଏଠାରେ ସିପନ ମଧ୍ୟ କାମ ଛାଡି ଛତିଶଗଡ଼ ଯାଇ ଏକ କମ୍ପାନିରେ କାମ କରିବା ସହିତ  ଉଭୟଙ୍କ ମଧ୍ୟରେ ବିବାହ କରିବାର ନିଷ୍ପତି ନେଇ ସେଠାରେ ରେଜେଷ୍ଟ୍ରି ବିବାହ କରିଥିଲେ ବୋଲି ସିପନ କହୁଛି। ଲକଡ଼ାଉନ ଯୋଗୁ ଝିଅଟି ଘରକୁ ଫେରିଆସିଥିଲା। ଘରେ ବୋଧ ହୁଏ ସମସ୍ତ ଘଟଣା ଜାଣିବା ପରେ କିଛି ବୁଝାସୁଝା ପରେ ଝିଅ ର ମନୋଭାବ ରେ ପରିବର୍ତନ ଆସିଥିଲା। ସିପନ  ଯେତେ ଚେଷ୍ଟା କଲେମଧ୍ୟ ଯୁବତୀ ଜଣକ ତାକୁ ଅଣଦେଖା କରିବା ସିପନ ଅନୁଭବ କରିଥିଲା।

ଗତ ୨୫ତାରିଖ ଅପରାହ୍ନରେ ସିପନ ବଡମାଲ ରେ ଥିବା ତାର ପ୍ରେମିକା ଘରକୁ ଯାଇଥିଲା। ସେ ପ୍ରେମିକା ସହିତ କଥାବାର୍ତ୍ତା କରିବା ଭିତରେ  ପ୍ରେମରେ ଭଟ୍ଟା ପଡିଥିବା ଅନୁଭବ କରି ନିଜେ ସାନିଟାଇଜର ପିଇବା ସହିତ ପ୍ରେମିକାର ବେକକୁ କାଟି ଦେଇଥିଲା। ଘରଲୋକ  ଝିଅକୁ ଚିକିତ୍ସା ପାଇଁ ଝାରସୁଗୁଡ଼ାର ଏକ ଘରୋଇ ଚିକିତ୍ସାଳୟ ଓ ପରେ ବୁର୍ଲା ନେଇଯାଇଥିଲେ। ସିପନକୁ ଚିକିତ୍ସା ପାଇଁ ଝାରସୁଗୁଡା ମୁଖ୍ୟ ହସ୍ପିଟାଲରେ ଭର୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ଭଲ ଥିବା ତଦନ୍ତକାରୀ ଅଧିକାରୀ ମନୀଷା ଭକ୍ତା ସୂଚନା ଦେଇଛନ୍ତି। ଯୁବତୀର ବାପର ଅଭିଯୋଗ ଉପରେ ଏକ ମାମଲା ବଡମାଲ ଥାନାରେ ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe