ମୃତ୍ୟୁ ପରେ ଚକ୍ଷୁଦାନ କଲେ ପରିବାର ଲୋକ

Advertisment
ମୃତ୍ୟୁ ପରେ ଚକ୍ଷୁଦାନ କଲେ ପରିବାର ଲୋକ

ଭଟଲି: ବିଜେପୁର ବ୍ଲକ୍‌ କେ.ଗଣ୍ଡପାଲି ଗ୍ରାମର ନବୀନ କାଣ୍ଡ ସୋମବାର ବିଳମ୍ବିତ ରାତ୍ରିରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କ ବାପା ଛାଲୁ କାଣ୍ଡ ଓ ଭାଇ ଲଳିତ କାଣ୍ଡ ଆମ୍ବୁଲାନ୍ସ ସାହାଯ୍ୟରେ ଭଟଲି ବ୍ଲକ୍‌ ଅନ୍ତର୍ଗତ ଟୁକୁର୍ଲାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଏଠାକୁ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ରିସିଭ୍‌ ଡେଥ୍‌ ହୋଇଥିବା କହି ବିଭାଗୀୟ ଡାକ୍ତର ମୃତ ନବୀନଙ୍କ ଶବ ବ୍ୟବଚ୍ଛେଦ କରିବା ବିଷୟରେ କହିଥିଲେ। ତେବେ ବ୍ୟବଚ୍ଛେଦ ଅପେକ୍ଷାରେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବାବେଳେ ଖବର ପାଇ ସେଠାରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟମାନେ ପହଞ୍ଚି ପରିବାରଲୋକଙ୍କୁ ଚକ୍ଷୁଦାନ ବିଷୟରେ ବୁଝାଇଥିଲେ। ପରିବାର ଲୋକେ ସେଥିରେ ରାଜି ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବ୍ୟାଙ୍କ କର୍ମଚାରୀ ପ୍ରଭାସିନୀ ସ୍ୱାନ ମୃତ ନବୀନଙ୍କ ଚକ୍ଷୁର କାର୍ଣ୍ଣିୟା ସୁରକ୍ଷିତ ଭାବରେ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe