ଖାଉଟି ଅଦାଲତରେ ସୋନୀ କମ୍ପାନୀ ଦଣ୍ଡିତ: ଖାଉଟି ଅଦାଲତର ନିର୍ଦ୍ଦେଶ ପରେ ଟଙ୍କା ଫେରାଇଲା

Advertisment
ଖାଉଟି ଅଦାଲତରେ ସୋନୀ କମ୍ପାନୀ ଦଣ୍ଡିତ: ଖାଉଟି ଅଦାଲତର ନିର୍ଦ୍ଦେଶ ପରେ ଟଙ୍କା ଫେରାଇଲା

ରାୟଗଡା: ରାୟଗଡା ଜିଲ୍ଲା ଖାଉଟି ଅଦାଲତର ନିର୍ଦ୍ଦେଶ ପରେ ସୋନି କମ୍ପାନୀ ଦୁଇ ଜଣଙ୍କୁ ଗ୍ରାହକଙ୍କୁ ସେମାନଙ୍କ କ୍ୟାମେରାର କ୍ରୟ ମୂଲ୍ୟ ଅନୁଯାୟୀ ଟଙ୍କା ଫେରସ୍ତ କରିଛି।ସୂଚନା ଅନୁଯାୟୀ ରାୟଗଡାର ଆହ୍ୱାନର ସାମ୍ବାଦିକ ସୁରେଶ ଚନ୍ଦ୍ର ଦାସ ଓ କନକ ନିୟୁଜର ରାୟଗଡା ପ୍ରତିନିଧି ସିମାଞ୍ଚଳ ପଣ୍ଡା ଦୁହେଁ ନିଜର ପ୍ରଫେସନ ପାଇଁ ସୋନିର ଦୁଇଟି କ୍ୟାମେରା କିଣିଥିଲେ। କିନ୍ତୁ ଗ୍ୟାରେଣ୍ଟି ସମୟ ମଧ୍ୟରେ ସିମାଞ୍ଚଳ ପଣ୍ଡାଙ୍କ କ୍ୟାମେରା ଖରାପ ହୋଇଥିବା ବେଳେ କ୍ୟାମେରା ମରାମତି ପାଇଁ ସୁରେଶ ଦାସ ଭୁବନେଶ୍ୱର ସ୍ଥିତ ଅଥରାଇଜଡ଼ ସୋନି ମରାମତି କେନ୍ଦ୍ରରେ ଦେଇଥିଲେ ମଧ୍ୟ ସେଗୁଡିକର ମରାମତି ହୋଇପାରିବ ନାହିଁ ବୋଲି ତିନିମାସ ପରେ ଫେରସ୍ତ କରିଦିଆ ଯାଇଥିଲା। ଯାହାର ବିରୋଧରେ ଉଭୟ ଜିଲ୍ଲା ଖାଉଟି ଅଦାଲତରେ ଗତ ୧୬.୧୨.୨୦୧୯ ତାରିଖ ଦିନ ୧୫୦/୨୦୧୯ ଓ ୧୫୧/୨୦୧୯ କେଶ ନମ୍ବରରେ ଦୁଇଟି କେଶ ଦାୟର କରିଥିଲେ।

ଏହାର ବିଚାର କରି ଗତ ୨୬.୧୦.୨୦୨୩ ତାରିଖ ଦିନ ଖାଉଟି ଅଦାଲତ ସଭାପତି ରାଜେନ୍ଦ୍ର କୁମାର ପଣ୍ଡା ଉଭୟ ଆବେଦନକାରୀଙ୍କ ସପକ୍ଷରେ ରାୟ ପ୍ରକାଶ କରିବା ସହ ଉଭୟଙ୍କୁ ନୂତନ କ୍ୟାମେରା ଅଥବା କ୍ୟାମେରାର କ୍ରୟ ମୂଲ୍ୟ ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳସ୍ୱରୂପ ଆଜି ସୋନୀ କମ୍ପାନୀ ତରଫରୁ କମ୍ପାନୀ ଅଧିକାରୀ ଶୁଭେନ୍ଦୁ ସେଠି ଅଦାଲତ ପରିସରରେ ଉଭୟଙ୍କୁ ରାୟଗଡା ଖାଉଟି ଅଦାଲତ ଷ୍ଟେନୋ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଚେକ ପ୍ରଦାନ କରିଛନ୍ତି। ଉଭୟ କେଶରେ ଓକିଲ ପ୍ରଦୀପ କୁମାର ଦାସ ଓ ସୋନି କମ୍ପାନୀ ପକ୍ଷରୁ ତାଙ୍କ କମ୍ପାନୀ ଓକିଲ ସାନା ଜଗଦୀଶ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe