୬ବର୍ଷ ପରେ ବି କୋତାୱାଲସା-ଜଗଦଲପୁର ରେଳପଥ ଦୋହରୀକରଣ ସରୁନି

Advertisment
୬ବର୍ଷ ପରେ ବି କୋତାୱାଲସା-ଜଗଦଲପୁର ରେଳପଥ ଦୋହରୀକରଣ ସରୁନି

Sambad

ଜୟପୁର: ଗତ ୬ବର୍ଷ ହେବ ଆନ୍ଧ୍ରପ୍ରଦେଶର କୋତାୱାଲସାରୁ କିରୋଣ୍ଡଲ ପର୍ଯ୍ୟନ୍ତ ରେଳପଥ ଦୋହରୀକରଣ କାମ ଆରମ୍ଭ ହୋଇଥିଲେ ହେଁ ଏହା ସରିବା ନାଁ ନେଉନି। ଅନ୍ୟ ପକ୍ଷରେ ଆନ୍ଧ୍ର ଓ ଛତିଶଗଡ ପଟର କାମ ସରି ଆସିଥିବା ବେଳେ କୋରାପୁଟ ଜିଲ୍ଲାର କାମ ବଳକା ରହିଛି। ଏହି କାମ ସରିବାକୁ ଆଉ କେତେ ବର୍ଷ ଲାଗିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସଂପ୍ରତି ଛତଡିପୁଟରୁ ଉମୁରୀ ପର୍ଯ୍ୟନ୍ତ କେବଳ ମାଟି ପକାଇ ଜମା କରି ସମତଳ କରାଯାଇଛି। ବହୁ କଲଭର୍ଟ ଓ ସେତୁର କାମ ଏବେ ବି ହୋଇ ପାରିନି। କୋତାୱାଲସା କିରୋଣ୍ଡଲ ରାସ୍ତାରେ ମୁଖ୍ୟତଃ ଲୁହା ପଥର ନିଆଯାଉଛି। ଏବଂ ଏହା ରେଳବିଭାଗର ସବୁ ଠାରୁ ଲାଭକାରୀ ରାସ୍ତା। ୨୦୧୫ ଆର୍ଥିକ ବର୍ଷ ବଜେଟରେ ଏହି କାମ ମଂଜୁର ହୋଇଥିଲା। ଆନ୍ଧ୍ରପ୍ରଦେଶର କୋତାୱାଲସାରୁ ଜଗଦଲପୁର ପର୍ଯ୍ୟନ୍ତ ୨୯୯.୪୯କିଲୋ ମିଟର ପାଇଁ ୪୮୧୬.୬୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା।

ଏଥିରେ କୋତାୱାଲସାରୁ କୋରାପୁଟ ପର୍ଯ୍ୟନ୍ତ ୧୮୯.୨୭୮ କି‌ଲୋମିଟରକୁ ୨୯୭୭.୬୪ କୋଟି ଓ କୋରାପୁଟରୁ ଜଗଦଲପୁର ମଧ୍ୟରେ ୧୧୦.୨୨ କିଲୋମିଟରକୁ ୧୮୩୯.୦୨ କୋଟି ଟଙ୍କା ଏଭଳି ୪୮୧.୬୬କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଥିଲା। ସେଭଳି କୋତାୱାଲସାରୁ କୋରାପୁଟ ମଧ୍ୟରେ ଆନ୍ଧ୍ରର ୧୨ ଓ ଓଡିଶାର ୮ଟି ଷ୍ଟେସନ ରହିଛି। ସେଭଳି କୋରାପୁଟରୁ ଜଗଦଲପୁର ମଧ୍ୟରେ ଓଡିଶାର ୯ଟି ଓ ଛତିଶଗଡର ୪ଟି ଏଭଳି ସର୍ବମୋଟ ୩୩ଟି ଷ୍ଟେସନ୍ ରହିଛି। ରେଳପଥ ଦୋହରିକରଣ ହେଲେ ଏହି ୩୩ଟି ଯାକ ଷ୍ଟେସନର ଉନ୍ନତିକରଣ ହୋଇ ପାରିବ। ଏହା ସହ ଏହି ରାସ୍ତା ଦେଇ ଯାଆସ କରୁଥିବା ଗୁଡସ୍, ପାସିଂଜର ଓ ଏକ୍ସପ୍ରେସ ଟ୍ରେନ ଯିବା ଆସିବା ପାଇଁ ଯେଉଁ ସମୟ ଅପଚୟ ହେଉଛି ତାହା କମିବ। ତା ସହ ଅଧିକା ଟ୍ରେନ ଏହି ରାସ୍ତାରେ ଚଳାଚଳ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe