୧୬ମାସ ପରେ ପୁଣି ଜଳିଲା ଟ୍ରାଫିକ୍ ସିଗନାଲ ଲାଇଟ୍

Advertisment
୧୬ମାସ ପରେ ପୁଣି ଜଳିଲା ଟ୍ରାଫିକ୍ ସିଗନାଲ ଲାଇଟ୍

Sambad

ଜୟପୁର: ସହରରେ ଥିବା ୪ଟି ଟ୍ରାଫିକ୍ ପୋଷ୍ଟଗୁଡିକର ସିଗନାଲ ଲାଇଟ ମାସେ ନୁହେଁ କି ଦୁଇ ମାସ ନୁହେଁ ଗତ ୧୬ମାସ ଧରି ହେଲା କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଥିଲା। ତେବେ ଗତକାଲି ଠାରୁ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ଟ୍ରାଫିକ ଛକର ଟ୍ରାଫିକ୍ ସିଗନାଲ ଲାଇଟ୍ କାର୍ଯ୍ୟକ୍ଷମ ହୋଇଛି।

ପୂର୍ବଭଳି ଏକାସ୍ଥାନରେ ଲାଇଟ୍ ନ ରଖି ଏବେ ଏହାକୁ ପରିବର୍ତ୍ତନ କରି ସବୁ ରାସ୍ତାର ସମ୍ମୁଖରେ ଲାଇଟ୍ ଲଗାଯାଇଥିବା ଦେଖିବାକୁ ମିଳିଛି। ଏହା ଫଳରେ ଟ୍ରାଫିକ କନେଷ୍ଟବଲ ମାନେ ସବୁ ଦିନ ଭୋଗୁଥିବା ସମସ୍ୟାର ସମାଧାନ ହୋଇ ପାରିବ। ଗତ ୧୬ମାସ ହେବ ଏହି ଲାଇଟ୍ ଗୁଡ଼ିକ ଜଳୁ ନଥିବାରୁ ଟ୍ରାଫିକ କନେଷ୍ଟବଲଙ୍କୁ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ନାକେଦମ୍ ହେବାକୁ ପଡ଼ୁଥିଲା। ଗତ ୨୦୨୦ ମସିହା ମାର୍ଚ୍ଚ ମାସ ଠାରୁ ସମସ୍ତ ଟ୍ରାଫିକ୍ ସିଗନାଲ ପୋଷ୍ଟ ଗୁଡିକର ସିଗନାଲ ଲାଇଟ ଗୁଡିକ ଲାଗୁନଥିଲା।

୨୬ ନମ୍ବର ଜାତୀୟ ରାଜପଥର ଏହି ମୁଖ୍ୟ ରାସ୍ତା ଦେଇ ରାଜଧାନୀରୁ ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ସହ ପଶ୍ଚିମ ଓଡିଶା ତଥା ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦୈନିକ ଶତାଧିକ ମାଲବାହୀ ଟ୍ରକ ସମେତ ଅନ୍ୟ ଯାନବାହାନ ଗୁଡିକ ଯାତାୟାତ କରୁଛି।

ତେବେ ଟ୍ରାଫିକ ସିଗନାଲ ଲାଇଟ କାର୍ଯ୍ୟକ୍ଷମ ହେଉ ନଥିବାରୁ ବହୁ ସମୟରେ ଛୋଟବଡ଼ ଦୁର୍ଘଟଣା ବି ହୋଇଥିବା ନଜିର ରହିଛି। ଏହି ସମସ୍ୟାକୁ ନେଇ ସମାଜସେବୀ ବସନ୍ତ ପାତ୍ର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଆଦିଙ୍କ ଦ୍ବାରସ୍ଥ ହୋଇଥିଲେ। ଉପରାଷ୍ଟ୍ରପତିଙ୍କ ସଚିବ ହୁରବି ସାକିଲ ଭାରପ୍ରାପ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ବି କରିଥିଲେ। ସହରର ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଛକର ଲାଇଟ୍ ଲାଗିଥିବା ବେଳେ ବଳକା ଲେବର ଅଫିସ ଛକ, ଗାନ୍ଧୀଛକ ଓ ପିଆରପେଟ୍ଟା ଛକରେ ଥିବା ଲାଇଟ୍ ଗୁଡ଼ିକ ବି ତୁରନ୍ତ ଲଗାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe