ପ୍ରେମ ପରେ ପ୍ରତାରଣା ଦେଇ ଗିରଫ ହେଲା ପ୍ରେମିକ

ପ୍ରେମ ପରେ ପ୍ରତାରଣା ଦେଇ ଗିରଫ ହେଲା ପ୍ରେମିକ

ନାରାୟଣପାଟଣା/ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ପୁୁଲିସ ପ୍ରେମ ପରେ ପ୍ରତାରଣା ଦେଇଥିବା ଅଭିିଯୋଗରେ ଜଣେ ଯୁୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିିଯୁକ୍ତ ଜଣକ ବନ୍ଧୁଗାଁ ବ୍ଲକ୍ ଗାରିଡି ପଞ୍ଚାୟତ ଅନ୍ତର୍ଗତ ଗଜାବାଡ଼ି ଗ୍ରାମର ଗୌଡ଼ ବିିିଡିିିକା ବୋଲି ଜଣାପଡିଛି।

publive-image Nyaaya

ସୂଚନା ଅନୁସାରେ, ଗଜାବାଡି ଗ୍ରାମର ଅଭିଯୁକ୍ତ ଗୌଡ଼ ବିଡିକା ପୀଡିତା ନାବାଳିକା ସହ ମିଶି ବିଦ୍ୟାଳୟକୁ ପାଠପଢିବା ପାଇଁ ଯାଉଥିଲେ। ହେଲେ ଏହି ସମୟ ମଧ୍ୟରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଏହାକୁ ନେଇ ଗ୍ରାମବାସୀ ଜାଣିବା ପରେ ଉଭୟଙ୍କୁ ଡାକି ପଚରାଉଚରା କରିଥିଲେ। ଉଭୟ ନିଜ ନିଜକୁ ଭଲ ପାଉଥିବା ମାନି ଯାଇଥିଲେ। ଏହାପରେ ସମାଜର ନିଷ୍ପତ୍ତି ଅନୁସାରେ ପୁଅ ଝିଅକୁ ନେଇ ନିଜ ଘରେ ଆଣି ରଖିଥିଲା। ଝିଅ ବି ଶାଶୁ ଘରକୁ ଯାଇ ପ୍ରାୟ ଦୁଇ ମାସ ଭଲରେ ରହିଥିଲା। ଏହା ପରେ ଗୌଡ଼ ବିଡିକା ପ୍ରେମିକାକୁ ନିଜ ଘରେ ଛାଡ଼ି କାମ କରିବାକୁ ବାହାରକୁ ଯିବି ବୋଲି କହି ପ୍ରାୟ ଦୁଇ ମାସ ପରେ ଘରକୁ ଆସିଲା। ହେଲେ ପ୍ରେମିକାକୁ ସ୍ତ୍ରୀ ରୂପେ ଗ୍ରହଣ କଲାନାହିଁ। ଶେଷରେ ପୀଡିତା ନାବାଳିକା ବନ୍ଧୁଗାଁ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଥାନାଧିକାରୀ ସବ୍ୟସାଚୀ ଶତପଥି ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଗୌଡ ବିଡିକାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe