ପୁଣି ଆନ୍ଧ୍ର ଏଜେଣ୍ଟଙ୍କ ଦୌରାତ୍ମ୍ୟ, ଫଗୁଣସିନେରୀରେ ଓଡ଼ିଶା ବିରୋଧୀ ସଭା

Advertisment

ଆସନ୍ତା ନିର୍ବାଚନରେ ଭାଗ ନ ନେବାକୁ ୧୦ ଗାଁ ଏକଜୁଟ

ଆସନ୍ତା ନିର୍ବାଚନରେ ଭାଗ ନ ନେବାକୁ ୧୦ ଗାଁ ଏକଜୁଟ

ପୁଣି ଆନ୍ଧ୍ର ଏଜେଣ୍ଟଙ୍କ ଦୌରାତ୍ମ୍ୟ, ଫଗୁଣସିନେରୀରେ ଓଡ଼ିଶା ବିରୋଧୀ ସଭା

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ପୁଣି ମାତିଛନ୍ତି ଆନ୍ଧ୍ର ଏଜେଣ୍ଟ। ଆଜି ଫଗୁଣ ସିନେରୀରେ ଓଡ଼ିଶାର ଆସନ୍ତା ପଞ୍ଚାୟତ ନିର୍ବାଚନକୁ ବି‌ରୋଧ କରି ଏକ ସଭା କରିଥିବାବେଳେ ଏକଜୁଟ ହୋଇଥିଲେ ୧୦ ଖଣ୍ଡ ଗାଁ। ଆନ୍ଧ୍ରର ୪ ଜଣ ଏଜେଣ୍ଟ ଏହି କାର୍ଯ୍ୟ ଭିଆଇଥିବାବେଳେ ଅଚିନ୍ତାରେ ନିଦରେ ଶୋଇଛି କୋରାପୁଟ ପ୍ରଶାସନ ଓ ପଟାଙ୍ଗୀ ବ୍ଲକ ପ୍ରଶାସନ। ଦୀର୍ଘଦିନ ହେବ ଏହି ଏଜ‌େଣ୍ଟମାନେ ପ୍ରଶାସନର ମୁଣ୍ଡାବିନ୍ଦାର କାରଣ ପାଲଟୁଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କାହିଁକି ଗ୍ରହଣ କରାଯାଉନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଆସନ୍ତାଦିନରେ ଏହା ବଡ ସମସ୍ୟା ଠିଆ କରିବା ଆଶଙ୍କା କରାଯାଉଛି। କିପରି ଓ କେଉଁ ପରିସ୍ଥିତିରେ ଓଡ଼ିଶାର ୧୦ ଗାଁର ଲୋକଙ୍କୁ ନେଇ ବୈଠକ କରାଗଲା। କାହା ଇଙ୍ଗିତରେ ଏହି ବୈଠକ କରାଗଲା।

ଏଥିରେ ଯେଉଁ ଅର୍ଥ ଖର୍ଚ୍ଚ କରାଯାଇଛି, ତାହାକୁ କିଏ ଭରଣା କଲା ତାହା ତଦନ୍ତ ହେବାର ଆବଶ୍ୟକତା ରହିଛି। ହେଲେ କାହିଁକି ପଟାଙ୍ଗୀ ପୁଲିସ ଓ ବ୍ଲକ ପ୍ରଶାସନ ଏହା ଜାଣି ପାରିଲା ନାହିଁ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଆଜି ଏହିଠାରେ ସଭା ଚାଲିଥିବାବେଳେ ଖବର ପାଇ ପଟାଙ୍ଗୀ ବିଧାୟକ ପିତମ ପାଢୀ ପହଞ୍ଚିଥିଲେ। କାହିଁକି ଓ କାହା ଉଦେଶ୍ୟରେ ଏହିଠାରେ ପାର୍ବତୀପୁରମ ପିଓ ଆଇଟିଡିଏ ଆର.କୁର୍ମାନାଥ ସଭା କଲେ ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ଜଣାପଡିଛି। ଏହାପରେ ଆନ୍ଧ୍ର ଅଧିକାରୀ ସେଠାରୁ ଛାଡି ପଳାଇଥିବା ଜଣାପଡିଛି। ଆଜିର ବୈଠକରେ ଲୋକେ ଆସନ୍ତାଦିନରେ ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ଭୋଟ ନ ଦେବାକୁ କାଳେ ଉକ୍ତ ୪ ଏଜେଣ୍ଟଙ୍କୁ ପ୍ରତିଶୃତି ଦେଇଛନ୍ତି ବୋଲି ଜଣାପଡିଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତର ଫଗୁଣସିନେରୀ ଗ୍ରାମବାସୀ ଆନ୍ଧ୍ର ସହ ଅଛୁ ଓ ରହିବୁ ବୋଲି ମତ ଦେବା ସହ ଆଗାମୀ ଦିନରେ ଓଡ଼ିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ଦେବୁ ନାହିଁ ବୋଲି କହିଛନ୍ତି । ଓଡ଼ିଶାର ଏହି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆମେ ୧୦ ଖଣ୍ଡ ଗ୍ରାମର ଲୋକେ ଭୋଟ ଦେବୁ ନାହିଁ ।

publive-image

ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆମକୁ ଯେପରି ସହେଯାଗ କରାଯାଉଛି ସେଭଳି ସହଯୋଗ ଓଡ଼ିଶା ପକ୍ଷରୁ କରାଯାଉନାହିଁ ବୋଲି ପ୍ରଚାର ଜୋର ଧରିଛି। ଏହି ଗାଁ ମଧ୍ୟରେ ଫଗୁଣସିନେରୀ, ଫାଟୁ ସିନେରୀ, ତଳ ସେମ୍ବୀ, ଉପର ସେମ୍ବୀ, ଗଞ୍ଜ‌େଇ ପଦର, ତଳ ଧୂଳିପଦର, ଉପର ଧୂଳି ପଦର, ନାରେଡିବାଲସା, କୋଟିଆ ଓ ମାଡକାର ଅଞ୍ଚଳର ଗ୍ରାମବାସୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଏକ ଭୋଜିଗାତର ଆୟୋଜନ କରାଯାଇଥିଲା। ଖାଦ୍ୟ ସହ କିଛି ସ୍ଥାନରେ ଅନ୍ୟ ଦ୍ରବ୍ୟ ମଧ୍ୟ ପ୍ରଦାନ କରାଯାଉଥିବା ଜଣାପଡିଛି। ଯେନତେନ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆର ଲୋକଙ୍କୁ ନିଜ ଆଡକୁ ଟାଣିବାକୁ ଏପରି କାଣ୍ଡ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe