ପୁଲିସ ଭୟରେ ପୋଖରୀକୁ ଡେଇଁ କୋଇଲା ମାଫିଆର ମୃତ୍ୟୁ; ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜାଳି ଦେଲେ ପୁଲିସ ଗାଡ଼ି

Advertisment
ପୁଲିସ ଭୟରେ ପୋଖରୀକୁ ଡେଇଁ କୋଇଲା ମାଫିଆର ମୃତ୍ୟୁ; ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜାଳି ଦେଲେ ପୁଲିସ ଗାଡ଼ି

ଭଦ୍ରକ: ଭଦ୍ରକ ଜିଲ୍ଲା ଜିଝାରପୁରରେ ଜଣେ କୋଇଲା ମାଫିଆ ପୁଲିସ ହାତରେ ଧରାପଡ଼ିଯିବା ଭୟରେ ପୋଖରୀକୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଲୋକ ପୁଲିସ ଗାଡ଼ି ଜାଳି ଦେଇଛନ୍ତି।

ସୂଚନାଯୋଗ୍ୟ, ତିହିଡ଼ି ପୁଲିସ ଛଦ୍ମବେଶରେ କୋଇଲା ମାଫିଆଙ୍କୁ ଧରିବାକୁ ଚଢ଼ାଉ ଆରମ୍ଭ କରିଥିଲା। ପୁଲିସ କବଳରୁ ବର୍ତ୍ତିବା ପାଇଁ କୋଇଲା କାରବାରରେ ସଂପୃକ୍ତି ସନ୍ଦେହ ଥିବା ବାପି ମହାଲିକ ନାମକ ଜଣେ ଯୁବକ ସ୍ଥାନୀୟ ଏକ ପଙ୍କୁଆ ପୋଖରୀକୁ ଡେଇଁ ପଡ଼ିଥିଲେ। ପରେ ବାପିଙ୍କୁ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କ‌ର କୌଣସି ସନ୍ଧାନ ମିଳି ନ ଥିଲା।

publive-image

ଏହାପରେ ଦମକଳବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଦମକଳବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ବାପି ମହାଲିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ସ୍ଥାନୀୟଲୋକ ବାପିଙ୍କ ମୃତଦେହ ରଖି ରାସ୍ତାରୋକ କରିଥିଲେ।

ଏତିକି ବେଳେ ସେହି ରାସ୍ତା ଦେଇ ପୀରାହାଟ ପୁଲିସ ଅନ୍ୟ ଜଣେ ଆସାମୀଙ୍କୁ ନେଇ ‌ଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ପୁଲିସ ଗାଡ଼ିକୁ ଅଟକାଇବା ସହିତ ଠେଲାପଲା ଆରମ୍ଭ କରିଥିଲେ। ଏହାରି ମଧ୍ୟରୁ କିଛିଲୋକ ପୁଲିସ ଗାଡ଼ିକୁ ଜାଳି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe