ଏସ୍‌ପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ, ସାମିଲ ହେଲେ ପିସିସି ସଭାପତି

Advertisment
ଏସ୍‌ପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ, ସାମିଲ ହେଲେ ପିସିସି ସଭାପତି

ପାଣିକୋଇଲି : ରାଜ୍ୟରେ ଶିଶୁ ଅପହରଣ ଓ ହତ୍ୟା ଘଟଣା ବଢ଼ିବାରେ ଲାଗିଛି। ପୁଲିସର ନିଷ୍କ୍ରିୟତା ଯୋଗୁଁ ଅପରାଧୀମାନେ ଆଇନ ଜାଲରୁ ଖସି ଯାଉଛନ୍ତି। ପୁଲିସ ଶାସକ ଦଳ ନେତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବାରୁ ରାଜ୍ୟରେ ମହିଳା ଓ ଶିଶୁମାନେ ଅସୁରକ୍ଷିତ ମଣୁଛନ୍ତି। ରାଜ୍ୟରେ ନାରୀ ନିର୍ଯାତନା, ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ଆଦି ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କାରିବାରେ ନବୀନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ଆଜି ପାଣିକୋଇଲିସ୍ଥିତ ଏସପି ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଗଣଧାରଣା ଦିଆଯାଇଥିଲା। ଏଥିରେ ପିସିସି ସଭାପତିି ନିରଞ୍ଜନ ପଟ୍ଟନାୟକ ସାମିଲ ହୋଇ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଆଜି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ବରେ ପାଣିକୋଇଲି ମା' ତାରିଣୀ ମନ୍ଦିର ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଏସ୍‌ପି ଅଫିସ ସମ୍ମୁଖରେ ପହଞ୍ଚିଥିଲା। ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ଯୋଗଦେଇ ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ। ରାଜ୍ୟର ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବାରେ ଏହି ସରକାର ବିଫଳ ହୋଇଛି। ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ଏହାର ଦୃଢ ଜବାବ ଦେବ। ଅପାରଗ ରାଜ୍ୟ ସରକାର ବିରୋଧରେ ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିକ୍ଷୋଭ ବେଳେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe