Electrical Engineering Portal
କଣ୍ଟାମାଳ: ଶୁକ୍ରବାର ଅପରାହ୍ନରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଦ୍ୟୁତ ସବଷ୍ଟେସନ ଅଧୀନସ୍ଥ ବିଭାଗୀୟ କର୍ମଚାରୀମାନେ ଏକ ବଲେରୋ ଗାଡ଼ିରେ ଲମ୍ବସରୀ ପଞ୍ଚାୟତ ମାର୍ଡୋଲ ଗ୍ରାମ ପଟକୁ ଯାଉଥିବା ବେଳେ ଲମ୍ବସରୀଠାରେ ଗ୍ରାମବାସୀ ଉକ୍ତ ଗାଡ଼ିକୁ ଅଟକାଇ ବିଦ୍ୟୁତ ବିଭ୍ରାଟ ସମ୍ପର୍କରେ ପଚାରିଥିଲେ। ସନ୍ତୋଷଜନକ ଉତ୍ତର ନପାଇବାରୁ ସେମାନେ ଗାଡ଼ି ଓ କର୍ମଚାରୀଙ୍କୁ ପଞ୍ଚାୟତ ଅଫିସ ପରିସରରେ ଅଟକ ରଖିଥିଲେ। ଏହି ସମୟରେ ଗ୍ରାମବାସୀ ଜଣେ କର୍ମଚାରୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି।
ଅଟକ ଖବର ପାଇ କଣ୍ଟାମାଳ ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା। ବିଭାଗୀୟ ଅଧିକାରୀ ଆସି ପ୍ରତିଶ୍ରୁତି ଦେଲା ପରେ ଅଟକ କର୍ମଚାରୀଙ୍କୁ ଛାଡ଼ିବେ ବୋଲି ଗ୍ରାମବାସୀ କହିଥିଲେ। ରାତି ୮ଟାରେ ବିଭାଗୀୟ ଯନ୍ତ୍ରୀ ଆସି ଅଯଥା ବିଦ୍ୟୁତ କାଟ୍ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେବା ପରେ ଅଟକ କର୍ମଚାରୀଙ୍କୁ ଗ୍ରାମବାସୀ ଛାଡ଼ିଥିଲେ।
ଏ ସମ୍ପର୍କରେ ଥାନାଧିକାରୀ ନଳିନୀକାନ୍ତ ଦାସଙ୍କୁ ପଚାରିବାରୁ ଲମ୍ବସରୀ ଗ୍ରାମବାସୀ ଅଟକ ରଖିଥିଲେ, ବିଭାଗୀୟ ଯନ୍ତ୍ରୀ ଆସିଲା ପରେ ଏହାର ସମାଧାନ ହୋଇଥିବା ସେ କହିଛନ୍ତି।
Follow Us