ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଲିସପାଣି ଗ୍ରାମର ଚାଷୀଙ୍କୁ ୨୦୨୧ର ଖରିଫ ବୀମା ରାଶି ମିଳିନଥିବା ଅଭିଯୋଗ ହୋଇଛି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ଆଜି ବହୁ ଚାଷୀ ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ସହ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି ଦାବି ସମାବେଶରେ ଗରିବ ସେନା ସଭାପତି ରବି ମଙ୍ଗରାଜଙ୍କ ସହ ଚାଷୀ ଚନ୍ଦ୍ର ଶେଖର ଶବର, ଭୋଜ ବେହେରା, ରାଜେନ୍ଦ୍ର ଶବର, ଖଗେଶ୍ବର ରାଉତ, ତୁଳାରାମ ପଟେଲ, ଅନନ୍ତରାମ ରାଉତ, ଜୟରାମ ଶବର, ଟିଗେଶ୍ବର ଧରୁଆ, କୃଷ୍ଣଚନ୍ଦ୍ର ଧରୁଆ, ଈଶ୍ବର ପଟେଲ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ।
Follow Us