ଜଙ୍ଗଲ ଜମି ଅଧିକାର ନେଇ ବନବିଭାଗ କାର୍ଯ୍ୟାଳୟ ଘେରାଉ

Advertisment
ଜଙ୍ଗଲ ଜମି ଅଧିକାର ନେଇ ବନବିଭାଗ କାର୍ଯ୍ୟାଳୟ ଘେରାଉ

ଭବାନୀପାଟଣା: ଜଙ୍ଗଲ ଜମି ଅଧିକାର ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କଳାହାଣ୍ଡି ଜିଲ୍ଲା ପରିଷଦ ପକ୍ଷରୁ ଉତ୍ତର ବନଖଣ୍ଡ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସୂଚନାରୁ ପ୍ରକାଶ ଯେ, ବନବିଭାଗ, ରାଜସ୍ୱ ବିଭାଗ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହୁନ ଥିବା ଯୋଗୁ ଦଖଲ ଜମିର ପଟ୍ଟା ଲୋକଙ୍କୁ ମିଳିପାରୁନାହିଁ। ଦଖଲ ଜଙ୍ଗଲ ଜମିର ଚିହ୍ନଟ କରି ପଟ୍ଟା ପ୍ରଦାନ ଦାବି ନେଇ ଏକ ବିରାଟ ଲାଲ ପଟୁଆର ଭବାନୀପାଟଣା ନଗର ପରିକ୍ରମା କରିବା ପରେ ଉତ୍ତର ବନଖଣ୍ଡ ଡିଏଫଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରିଥିଲା।

ଦୀର୍ଘ ସମୟ ଘେରାଉ ପରେ ବନଖଣ୍ଡ ଡିଏଫ୍‌ଓଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଘେରାଉରେ ରାଜ୍ୟ ସିପିଆଇ ସଂପାଦକ ଅଭୟ ସାହୁ, କଳାହାଣ୍ଡି ଜିଲ୍ଲା ସଂପାଦକ ଅକ୍ଷୟ ମେହେର, ଜିଲ୍ଲା ସହସଂପାଦକ ଜଗଦୀଶ ଦୁର୍ଗା, ସଞ୍ଜୟ ସୁନାନୀ, ପୂର୍ବ ଜିଲ୍ଲା ସଂପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସୁଶାନ୍ତ ଜାଲ, ଜିଲ୍ଲା କମିଟି ସଭ୍ୟା ବିନତା ମାଝୀ, ଜୁନାଗଡ଼ ଜୋନ ସଂପାଦକ ବାନାମ୍ବର ମେହେର, ଅଖିଳ ଭାରତୀୟ ଛାତ୍ର ସଂଘ ସଭାପତି ରାଜାରାମ ଡଙ୍ଗରୀ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଦାମୋଦର ବେହେରା, ସିପିଆଇ ସଂପାଦନା ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ପଦାଧିକାରୀ, ସଦସ୍ୟ ଓ ଆଦିବାସୀ ତଥା ହିତାଧିକାରୀ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe