ଭଦ୍ରକରେ ବେଦାନ୍ତ କମ୍ପାନି ଆଗରେ ଶ୍ରମିକଙ୍କ ଧାରଣା

Advertisment
ଭଦ୍ରକରେ ବେଦାନ୍ତ କମ୍ପାନି ଆଗରେ ଶ୍ରମିକଙ୍କ ଧାରଣା
ଭଦ୍ରକ: ଭଦ୍ରକର ରାନ୍ଦିଆସ୍ଥିତ ବେଦାନ୍ତ କମ୍ପାନି ଗେଟ୍ ଆଗରେ ମଙ୍ଗଳବାର ଦିନ ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି। ଦୀର୍ଘ ୫ ମାସ ହେଲା ଏହି କମ୍ପାନିରେ କାମ କରୁଥିବା ୩୮ ଜଣ କର୍ମଚାରୀଙ୍କୁ କାମ କରିବାର ସୁଯୋଗ ମିଳୁନି। କମ୍ପାନିରେ କାମ ନକରି ଏହି କର୍ମଚାରୀମାନେ ଦୁଃଖରେ ଦିନ କାଟୁଛନ୍ତି। ଏହି କର୍ମଚାରୀମାନେ ଅତୀତରେ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିଜର ଏହି ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ ମାମ୍ପାନି କର୍ତ୍ତୃପକ୍ଷ କିଛି ନବୁଝିବାରୁ ମଙ୍ଗଳବାର ଏହି ଶ୍ରମିକମାନେ ଭଦ୍ରକ ବେଦାନ୍ତ କମ୍ପାନୀ ଆଗରେ ଧାରଣାରେ ବସିଥିବା ବେଳେ ସେମାନଙ୍କ କଥା କମ୍ପାନି ନ ବୁଝିଲେ ସେମାନେ ଆଗାମୀ ଦିନରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଦେଦନ୍ତ କମାନିରେ ଶ୍ରମିକ ଅସାନ୍ତି ଲାଗି ରହିଥିବା ବେଳେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଧାରଣାରେ ବସିଥିବା  ଶ୍ରମିକମାନେ ଚେତାବନୀ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe