ଉପଜିଲ୍ଲାପାଳ ଅଫିସ୍‌ ଆଗରେ ଚାଷୀଙ୍କ ବିକ୍ଷୋଭ

Advertisment
ଉପଜିଲ୍ଲାପାଳ ଅଫିସ୍‌ ଆଗରେ ଚାଷୀଙ୍କ ବିକ୍ଷୋଭ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ୮ଟି ପଞ୍ଚାୟତକୁ ମରୁଡ଼ି ଘୋଷଣା ଦାବି ନେଇ ଦଣ୍ଡପାଟ କୃଷକ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳ ଅଫିସ୍‌ ଆଗରେ ପହଞ୍ଚିଥିଲେ। ସେଠାରେ ଅଞ୍ଚଳକୁ ମରୁଡ଼ି ଘୋଷଣା କରିବା, ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ କରିବା, ଚାଷୀଙ୍କ ଋଣ ଛାଡ଼ କରିବା ଆଦି ୫ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ ଚାଷୀ ନେତା ରତନ ନାଏକ, ସରପଞ୍ଚ ଉଦିତ ନାଏକ, ସୁଧୀର ବାଗ, ହେତୁରାମ ଭକ୍ତ, ସୁଦର୍ଶନ ମାଝୀ, ନବୀନ ମଶ୍ରା, ସୁଧୀର ଗୋପାଳଙ୍କ ସମେତ ଦଣ୍ଡପାଟ ଅଞ୍ଚଳର ବହୁ ଚାଷୀ ସାମିଲ ଥିଲେ। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହଯୋଗୀ ଜିଲ୍ଲାପାଳ ନନ୍ଦି କିଶୋର ତାଣ୍ଡି ଦାବିପତ୍ର ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe