ଭଦ୍ରକରେ ମେଡିକାଲ କଲେଜ ଦାବି ପ୍ରସଙ୍ଗ: ବିରୋଧୀ ଦଳ ଉପନେତାଙ୍କ ଘର ଆଗରେ କ୍ରିୟାନୁଷ୍ଠାନ କମିଟିର ଧାରଣା

Advertisment
ଭଦ୍ରକରେ ମେଡିକାଲ କଲେଜ ଦାବି ପ୍ରସଙ୍ଗ: ବିରୋଧୀ ଦଳ ଉପନେତାଙ୍କ ଘର ଆଗରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ଭଦ୍ରକ: ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଆଜି  ମେଡିକାଲ କଳେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିରୋଧୀ ଦଳର ଉପନେତା  ତଥା ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କ ବାସଭବନ ଆଗରେ ପ୍ରତୀକ ଧାରଣା ଦିଆଯାଇଥିଲା। ସକାଳ ୧୦ ଘଟିକାରେ  କ୍ରିୟାନୁ‌ଷ୍ଠାନ କମିଟିର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ  ବିରୋଧୀ ଦଳର ଉପନେତାଙ୍କ ଘର ଆଗରେ ଧାରଣାରେ ବସିଥିଲେ। ଦିନ ୧୦ଟାରୁ ଏହି  ପ୍ରତୀକ ଧାରଣା ଆରମ୍ଭ ହୋଇ ଅପରାହ୍ନ ୨ ଟା ପର୍ଯ୍ୟନ୍ତ  ଚାଲିଥିଲା।

ଭଦ୍ରକ ଜିଲ୍ଲାର ହକ୍ ମେଡିକାଲ କଳେଜ।  ମେଡିକାଲ କଲେଜ ପ୍ରତିଷ୍ଠା ନେଇ  କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିବା ବେଳେ ରାଜ୍ୟ ସରକାର ଏନେଇ ନୀରବ ରହୁଥିବାରୁ ଏହାକୁ ନେଇ  କମିଟିର କର୍ମକର୍ତ୍ତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରୁଥିବା ବେଳେ ଭଦ୍ରକ ବେଳକୁ କାହିଁକି ପଛଘୁଂଚା ଦେଉଛନ୍ତି ତାହାକୁ ନେଇ ପ୍ରଶ୍ନ  ଉଠିଛି। ଭଦ୍ରକ ଜିଲ୍ଲାକୁ କାହିଁକି ସ୍ବାସ୍ଥ୍ୟ ସେବା ଓ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ  ରାଜ୍ୟ ସରକାର ଅଣାଦେଖା କରୁଛନ୍ତି ବୋଲି କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି। ଜିଲ୍ଲାବାସୀଙ୍କର  ଦୀର୍ଘ  ବର୍ଷର ଦାବି ମେଡିକାଲ କଲେଜ ପ୍ରତିଷ୍ଠା। ଏଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଧାରଣା ସ୍ଥଳରେ ମତ ପ୍ରକାଶ ପାଇଥିଲା।

ଧାରଣା ବେଳେ କ୍ରିୟାନୁଷ୍ଡାନ କମିଟିର ଆବାହକ ଅଭୟ ଦ୍ବିବେଦୀଙ୍କ ସମେତ ଡ. ହରେକୃଷ୍ଣ ନାୟକ, ସୁଧାକର ରାଉତ, ଶାନ୍ତନୁ ରାଉତ, ଡ. ବଳାରାମ ମିଶ୍ର, ଡ. ଗୋଲକ ସାହୁ, ବୈଲୋଚନ ବେହୁରିଆ, ସଂଗ୍ରାମ ଆଚାର୍ଯ୍ୟ, ଇଂ ମହେଶ ଦାସ,  ଇଂ ବସନ୍ତ ପାଣିଗ୍ରାହୀ, ପ୍ରକାଶ ଜେନା, ସୀତାକନ୍ତ ଦାସ, ଆଇନଜୀବୀ ପର୍ଶୁରାମ ଦ୍ବିବେଦୀ, ଡ. ରାଧାରାଣୀ  ମହାପାତ୍ର, ଅଧ୍ୟାପିକା ଭାନୁମତୀ ମାଟିଆ, ଟୁକୁନା ସ୍ବାଇଁ, ଦିଲ୍ଲୀପ ନାୟକ, କ୍ଷୀରୋଦ ମିଶ୍ର, ଅମ୍ବିକା ଦାସ, କୁଳମଣି ବେହେରା, ବିପ୍ଲବ ହୋତା, ବାବୁଲାଲ ଦାସ, ସେକ୍ ସରୋ, ସେକ୍ ଲୋଟ, ସଂଗ୍ରାମ ମହାନ୍ତି, ଶ୍ରୀହର୍ଷ ସ୍ବାଇଁ, ଡା. ରମେଶ ସାହୁ, ଜୀବନଜ୍ୟୋତି ସଂଗଠନର ୨୦ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe