ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ପ୍ରତିବାଦରେ ବିଜେଡିର ଧାରଣା

ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ପ୍ରତିବାଦରେ ବିଜେଡିର ଧାରଣା

ରସୁଲପୁର: ୧୬ ନମ୍ବର ଜାତୀୟ ରାଜପଥର ରସୁଲପୁର ବ୍ଲକ୍ କାର୍ଯ୍ୟାଳୟ ନିକଟସ୍ଥ ଓରାଳି ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛି। ପ୍ରାୟ ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପୋଲଟି ଗତ ୧୮ ତାରିଖ ସକାଳେ ଭୁଶୁଡ଼ି ପଡ଼ିଥିଲା। ନିମ୍ନମାନର କାର୍ଯ୍ୟ ପାଇଁ ଏଭଳି ହୋଇଥିବା ସ୍ଥାନୀୟ ଲୋକ ଓ ରାଜନେତାମାନେ ମଧ୍ୟ ଅଭିଯୋଗ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଦାୟୀ କରି ଆଜି ଶାସକ ବିଜେଡି ପକ୍ଷରୁ ପୋଲ ଭୁଶୁଡ଼ି ଥିବା ସ୍ଥାନରେ ଗଣଧାରଣା ଦିଆଯାଇଛି।

ରସୁଲପୁର ବିଜେଡି ପକ୍ଷରୁ ଆୟୋଜିତ ଏହି ଗଣଧାରଣାରେ ବ୍ଲକ୍ ବିଜେଡି ସଭାପତି ଲୋକନାଥ ପଣ୍ତା ସଭାପତିତ୍ବ କରିଥିଲେ। ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ଦଳୀୟ କର୍ମୀ ଓ ନେତାମାନେ ଧାରଣାରେ ସାମିଲ ହୋଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷପାତିତା ବିରୋଧରେ ବକ୍ତବ୍ୟ ରଖିବା ସହିତ ଏଭଳି ହେଲେ ଅଗାମୀ ଦିନରେ ସମଗ୍ର ରାଜ୍ୟ ସହିତ ଦିଲ୍ଲୀ ଦରବାରରେ ମଧ୍ୟ ଦୃଢ଼ ପ୍ରତିବାଦ କରାଯିବ ବୋଲି ଧମକ ଦେଇଥିଲେ। ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଜିଲ୍ଲା ପରିଷଦ ସଭ୍ୟ ଶିଶିର ମହାନ୍ତି, ଶଶୀରେଖା ପୃଷ୍ଟି ଓ ମମତା ଖୁଣ୍ଟିଆ,ବ୍ଲକ୍ ଯୁବ ସଭାପତି ମନୋଜ କୁମାର ରାଉତ, ଧର୍ମଶାଳା ବିଧାୟକ ପ୍ରତିନିଧି କ୍ଷୀରୋଦ ସ୍ବାଇଁ, ରସୁଲପୁର ସରପଞ୍ଚ ସୁରେନ୍ଦ୍ର ତିଆଡି, ନରସିଂହପୁର ସରପଞ୍ଚ ପ୍ରଶାନ୍ତ ଦାସ, ମୁଗୁପାଳ ସମିତିସଭ୍ୟ ନରୋତ୍ତମ ସାହୁ, ଗନ୍ଧଣ ସରପଞ୍ଚ ରୁଦ୍ର ନାରାୟଣ ମହାନ୍ତି, ବଡକଇଁଚି ସରପଞ୍ଚ ଅଶୋକ ମଲ୍ଲିକ, ବିମ୍ବାଧର ବିଶ୍ବାଳ, ଅଶ୍ବନୀ ଦାସ,ଦୁଷ୍ମନ୍ତ ମଲିକ,ରବୀନ୍ଦ୍ର ପ୍ରତିହାରୀ, ନିହାର ଦାସ, ବିନୋଦ ରାଉତ, ନିର୍ମଳ ରାଉତ, ସମିତିସଭ୍ୟ ଅଜୟ ପଣ୍ତା, ଦଶରଥ ପଣ୍ତା, ପ୍ରତାପ ନାୟକ, ସୁଶାନ୍ତ ପରିଡ଼ା, ଶଶାଙ୍କ ଶେଖର ରାଉତ, ସ୍ମୃତିଶେଖର ପଟ୍ଟନାୟକ, ଉମାକାନ୍ତ ଦାସ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଗଣଧାରଣାରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe