ଆଉଟସୋର୍ସିଂ କର୍ମଚାରୀଙ୍କ ଶୋଭାଯାତ୍ରା ଓ ଦାବିପତ୍ର

ଆଉଟସୋର୍ସିଂ କର୍ମଚାରୀଙ୍କ ଶୋଭାଯାତ୍ରା ଓ ଦାବିପତ୍ର

ଯାଜପୁରଟାଉନ/ସଦର: ଓଡ଼ିଶା ସରକାରୀ ଆଉଟସୋସିଂ କର୍ମଚାରୀ ମହାସଂଘ ଯାଜପୁର ଶାଖା ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କମର୍ଚାରୀ ସଂଘର ସଦସ୍ୟମାନେ ଗୌତମ ବୁଦ୍ଧ ସଂସ୍କୃତି ଭବନରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କର୍ମଚାରୀମାନଙ୍କୁ ନିୟମିତ କରିବା, ଚାକିରିର ସ୍ଥାୟିତ୍ବ ଓ ସୁରକ୍ଷାକୁ ଗରୁତ୍ବ ଦେବା, ଯେଉଁମାନେ ଚାକିରି ହରାଇଛନ୍ତି ସେମାନଙ୍କୁ ପୁନଃନିଯୁକ୍ତି ଆଦି ଦାବି ଉପସ୍ଥାପନ କରାଯାଇଛି।

ବିଭିନ୍ନ ଦାବିକୁ ନେଇ ଆଜି ଜିଲ୍ଲା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଗୌତମ ମହାରଣ୍ୟ, ହୃଦାନନ୍ଦ ପଣ୍ଡା, ପଞ୍ଚାନନ ବେହେରା, ସ୍ନେହାଶିଷ ମିଶ୍ର, ଚିତ୍ତରଂଜନ ସାହୁ, ଅଜିତ ବେହେରା, ସୁପ୍ରିୟା ସାହୁ, ଉମା ମାହେଶ୍ବରୀ ପଣ୍ଡା, ସନ୍ଧ୍ୟାରାଣୀ ଘଟମିଶ୍ର, ବିଜୟ କୁମାର ବଳଙ୍କ ସହ ଜିଲ୍ଲ‌ାର ବିଭିନ୍ନ ଅଞ୍ଚଳରୁ ୨ଶହରୁ ଊର୍ଦ୍ଧ୍ବ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe