ମଣିପୁର ଘଟଣାରେ ଆଦିବାସୀ ସଂଘର ବିକ୍ଷୋଭ

Advertisment
ମଣିପୁର ଘଟଣାରେ ଆଦିବାସୀ ସଂଘର ବିକ୍ଷୋଭ

ଭବାନୀପାଟଣା: ମଣିପୁର ରାଜ୍ୟରେ ଆଦିବାସୀ ଓ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦରେ ସୋମବାର କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସ୍ଥାନୀୟ ଷ୍ଟେଚ୍ୟୁଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଓ ମଣିପୁର ମୁଖ୍ୟମନ୍ତ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ତୁରନ୍ତ ମଣିପୁର ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପରମାନନ୍ଦ ମାଝୀ, ସାଂଗଠନିକ ସଂପାଦକ ସୁରେଶ ମାଝୀଙ୍କ ନେତୃତ୍ୱରେ ପରମେଶ୍ୱର ଶବର, ଜଗନ୍ନାଥ ମାଝୀ, ଦେଓଗାଁ ପଞ୍ଚାୟତ ଉପସଭାପତି ପୂର୍ଣ୍ଣଚନ୍ଦ୍ର ଶବର, ନଗର ସଭାପତି ଭାଗ୍ୟବତୀ ମାଝୀ, ଆଦିବାସୀ ସଭାପତି ମହିଳା ସଂଗଠନ କୁନ୍ତଳା ଶବର, ସଂପାଦକ ଚମ୍ପେ ଶବର, କ୍ଷୀର ଶବର, ରଞ୍ଜିତା ଶବର, ରିଙ୍କି ମାଝୀ, ଗାୟତ୍ରୀ ମାଝୀ, ରିତା ମାଝୀ, ଅଞ୍ଜଳି ମାଝୀ, ଝରଣା ମାଝୀ, ଦେବକୀ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe