୧୦ ଦଫା ଦାବିରେ ଜିଲ୍ଲା ସମିତି ସଭ୍ୟ ସଂଘର ବିକ୍ଷୋଭ

Advertisment
୧୦ ଦଫା ଦାବିରେ ଜିଲ୍ଲା ସମିତି ସଭ୍ୟ ସଂଘର ବିକ୍ଷୋଭ

ବଲାଙ୍ଗୀର: ୧୦ ଦଫା ଦାବି ନେଇ ବଲାଙ୍ଗୀର ଜିଲ୍ଲା ସମିତି ସଭ୍ୟ ସଂଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଶେଷ କରି ସମିତି ସଭ୍ୟ ଓ ସରପଞ୍ଚଙ୍କ ମଧ୍ୟରେ କରାଯାଉଥିବା ଭେଦଭାବରେ ଆନ୍ଦୋଳନକାରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।  ସମିତି ସଭ୍ୟଙ୍କ କ୍ଷମତା ବୃଦ୍ଧି କରାଯିବା ନିମନ୍ତେ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି। ସରପଞ୍ଚମାନଙ୍କ ଭଳି ସମିତି ସଭ୍ୟମାନଙ୍କୁ ଲୋକେ ମତଦାନ କରି ଦାୟିତ୍ୱ ପ୍ରଦାନ କରିଛନ୍ତି।

କିନ୍ତୁ ନିର୍ବାଚିତ ହେବା ପରେ ସମିତି ସଭ୍ୟମାନେ ଘୋର ଭେଦଭାବର ସମ୍ମୁଖୀନ ହେଉଛନ୍ତି। ୭୩ ତମ ସମ୍ବିଧାନ ସଂଶୋଧନ ପରେ ସମିତି ସଭ୍ୟମାନଙ୍କୁ ଦିଆଯାଇଥିବା କ୍ଷମତା ଅସଲ କ୍ଷେତ୍ରରେ ଏବେ ହାସ୍ୟାସ୍ପଦ ହୋଇଛି। ତେଣୁ ସରକାର ଏହାକୁ ଦୃଷ୍ଟିରେ ରଖି ପ୍ରତି ସମିତି ସଭ୍ୟଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କାର ପାଣ୍ଠି, ଅଫିସ ଗୃହ, ଜିଲ୍ଲାପାଳଙ୍କ ଦ୍ୱାରା ବିଜୟୀ ପ୍ରମାଣପତ୍ର, ମାସିକ ବୈଠକ ହେଉକି ଜିପିଡିପି ସେଥିରେ ସରପଞ୍ଚଙ୍କ ସହ ସମିତି ସଭ୍ୟଙ୍କ ଯୁଗ୍ମ ସ୍ୱାକ୍ଷର, ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ସମସ୍ତ ସଭା ସମିତିରେ ସମିତି ସଭ୍ୟ ରହିବା ବାଧ୍ୟତାମୂଳକ କରାଯିବା, ସମିତି ବୈଠକରେ ସମିତି ସଭ୍ୟଙ୍କୁ ସ୍ଥାୟୀ ସଦସ୍ୟତା ପ୍ରଦାନ, ପ୍ରମାଣପତ୍ରରେ ସରପଞ୍ଚମାନଙ୍କ ଭଳି ସମିତି ସଭ୍ୟଙ୍କ ସ୍ୱାକ୍ଷରକୁ ମାନ୍ୟତା ମିଳିବା, ସମିତି ସଭ୍ୟମାନଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ, ୧୦ ଲକ୍ଷ ଟଙ୍କାର ଜୀବନ ଓ ସ୍ୱାସ୍ଥବୀମା ବ୍ୟବସ୍ଥା ଓ ଅବସର ପରେ ମାସିକ ୧୦ ହଜାର ଟଙ୍କାର ଅବସରକାଳୀନ ଭତ୍ତା ପ୍ରଦାନ କରିବା ପାଇଁ ସମିତି ସଭ୍ୟ ସଂଘ ଦାବି କରିଛି। ସଂଘ ସଭାପତି ଗୋଲାପ ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ସମିତି ସଭ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe