୫ ଦଫା ଦାବି ନେଇ ଡାକଘର ସମ୍ମୁଖରେ ଅନିର୍ଘିଷ୍ଟ କାଳ ଧାରଣା

୫ ଦଫା ଦାବି ନେଇ ଡାକଘର ସମ୍ମୁଖରେ ଅନିର୍ଘିଷ୍ଟ କାଳ ଧାରଣା
ଘୁ ଉଦୟଗିରି: ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକ ସଂଘ ପକ୍ଷରୁ ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥାନୀୟ ଡାକଘର ସମ୍ମୁଖରେ ଧାରଣାରେ ବସିଛନ୍ତି କର୍ମଚାରୀ।
କେନ୍ଦ୍ର ସରକାର ସବୁ ବର୍ଗର କର୍ମଚାରୀ ଓ ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ କରୁଥିବା ବେଳେ ଗ୍ରାମୀଣ ଡାକ ସେବକମାନଙ୍କୁ ଉପେକ୍ଷିତ କରି ଆର୍ଥିକ, ଅବହେଳା ପ୍ରଦର୍ଶନ କରୁଛନ୍ତି। ବାରମ୍ବାର ସରକାରଙ୍କ ନିକଟରେ ଦାବୀ ଓ ଆଲୋଚନା ସତ୍ତ୍ବେ ମିଥ୍ୟା ପ୍ରତିଶୃତି ଦେଇ ଟାଳଟୁଳ ନୀତି ଅବଲମ୍ବର କରି ନିଷ୍ଠୁର ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ବିଗତ ଦିନଗୁଡ଼ିକରେ ପ୍ରତିବାଦ ସ୍ବରୂପ ଅନେକ ଧାରଣା, ଧର୍ମଘଟ କରିଥିଲେ ମଧ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। କେବଳ ଦାବିପୂରଣ କରିବାର ପ୍ରତିଶ୍ରୁତି ଆଳରେ ସମୟ ଗଡ଼ାଇ ଚାଲିଛନ୍ତି। ତେଣୁ ସର୍ବଭାରତୀୟ ସ୍ତରରେ ମିଳିତ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ଓ ଆହ୍ବାନ କ୍ରମେ ଆଜି ସମସ୍ତ କାର୍ଯ୍ୟ ଭୁଲି, ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟରେ ବସିଥିବା ଧାରଣାକାରୀଙ୍କ ପକ୍ଷରୁ ସୂଚନା ରହିଛି। ସେମାନଙ୍କର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସମସ୍ତ ଅଫିସ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କର ଦାବି ଗୁଡ଼ିକ ହେଲା ଗ୍ରାମୀଣ ଡ଼ାକ ସେବକଙ୍କ କାମ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ ଘଣ୍ଟା ସ୍ଥିର, ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ଶୀଘ୍ର ଲାଗୁ, ସମସ୍ତ ଗ୍ରାମୀଣ ଡ଼ାକ ସେବକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ବୀମା ପ୍ରଦାନ, ଗ୍ରାମୀଣ ଡ଼ାକ ସେବକମାନଙ୍କୁ ପେନ୍‌ସନ୍‌ ପ୍ରଦାନ ଏବଂ ଗ୍ରାଚ୍ୟୁଇଟି ଓ ସେଭେରାନ୍ସ ଆଲଉନ୍ସ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe