ଏମସିଏଲରେ ସ୍ଥାନୀୟ ନିଯୁକ୍ତି ନହେଲେ ଆନ୍ଦୋଳନ, ଆଲୋଚନା ପାଇଁ ଡାକିଲେ କର୍ତ୍ତୃପକ୍ଷ

Advertisment
ଓଡ଼ିଶାରେ ପାୱାର ପ୍ଲାଣ୍ଟ୍‌ ବସାଇବ ଏମ୍‌ସିଏଲ୍‌, ୧୨ ହଜାର କୋଟି  ନିବେଶ କରିବ

egov.eletsonline.com

ସୁନ୍ଦରଗଡ଼: ଏମସିଏଲ ଖଣିରେ ଅଗ୍ରାଧିକାରଭିତ୍ତିରେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି, ନିଯୁକ୍ତି ପାଇଁ ବିସ୍ଥାପିତ ଓ ପ୍ରଭାବିତଙ୍କୁ ନେଇ କମିଟି ଗଠନ ଏବଂ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବା, ଯୁବକଯୁବତୀଙ୍କୁ ମାଗଣା ଦକ୍ଷତା ବିକାଶ ତାଲିମ ପାଇଁ ଦାବି କରି ଆସୁଛି ଅଖିଳ ଭାରତ ଯୁବ ସଂଘ। ଏହିକ୍ରମରେ ଏମସିଏଲ କର୍ତ୍ତୃପକ୍ଷଙ୍କ ଠାରେ ଗତ ୬ ତାରିଖରେ ଏକ ଦାବିପତ୍ର ଦେଇ ଆସନ୍ତା ଜୁଲାଇ ୧୯ରୁ କମ୍ପାନିର ବସୁନ୍ଧରା କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବ ବୋଲି ଚେତାବନୀ ଦେଇଥିଲା। ଏହା ମଧ୍ୟରେ ଏମସିଏଲ କର୍ତ୍ତୃପକ୍ଷ ଆଲୋଚନା ପାଇଁ ଅଖିଳ ଭାରତ ଯୁବ ସଂଘକୁ ଡାକିଛି।

ଜୁଲାଇ ୧୬ ତାରିଖରେ ବସୁନ୍ଧରା କାର୍ଯ୍ୟାଳୟରେ ଏ ସଂକ୍ରାନ୍ତରେ ସଂଘ ସହ ଏମସିଏଲ ମହାପ୍ରବନ୍ଧକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଆଲୋଚନା ହେବ। ଏ ଆଲୋଚନା ପରେ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ନେଇ କୌଣସି ନିଷ୍କର୍ଷ ବାହାରିବ ବୋଲି ଯୁବ ସଂଘ ଆଶା ପ୍ରକାଶ କରିଛି। ସଂଘର ଅଭିଯୋଗ ଅନୁସାରେ, ଏସିଆ ମହାଦେଶରୁ ଦ୍ବିତୀୟ ସର୍ବବୃହତ କୋଇଲା ଖଣି ଏମସିଏଲରୁ ହଜାର ହଜାର କୋଟିର ରାଜସ୍ବ ସରକାରଙ୍କ ତହବିଲକୁ ଯାଉଛି। ବସୁନ୍ଧରା ଖଣିରେ ଓଡ଼ିଶା ତଥା ଅନ୍ୟ ରାଜ୍ୟର ଶହ ଶହ ଲୋକ ନିଯୁକ୍ତି ସୁଯୋଗ ପାଉଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଦେଶର ବିକାଶ ପାଇଁ ଖଣିରେ ଜଙ୍ଗଲ, ଜମି, ପାଣି, ପବନ ସହ ନିଜ ଜୀବନଜୀବିକାକୁ ଟେକି ଦେଇଥିବା ସ୍ଥାନୀୟ ଅଧିବାସୀମାନେ ଆଜି ଦୁଃସ୍ଥ, ଅସହାୟ, ରୋଜଗାରଶୂନ୍ୟ। କାମଧନ୍ଦା ନପାଇ ଏବେ ସେମାନେ ବାହାର ରାଜ୍ୟରେ ଦାଦନ ଶ୍ରମିକ ସାଜିଛନ୍ତି। ଖଣି ଅଞ୍ଚଳରେ ନିଯୁକ୍ତି ଓ ରୋଜଗାର ପାଉ ନଥିବାରୁ ଯୁବତୀ ଚାଲାଣ ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଏ ସମ୍ପର୍କରେ ଏମସିଏଲ କର୍ତ୍ତୃପକ୍ଷ ଓ ପ୍ରଶାସନ ଆଗରେ ବାରମ୍ବାର ଅଭିଯୋଗ, ଗୁହାରି କରିବା ସତ୍ତ୍ବେ କୌଣସି ସୁଫଳ ମିଳି ନାହିଁ। ତେଣୁ ସଂଘ ଏହା ବିରୋଧରେ ଆନ୍ଦୋଳନ ଚେତାବନୀ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe