ଅଗ୍ନିପଥ ଯୋଜନା ବିରୋଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା

Advertisment
ଅଗ୍ନିପଥ ଯୋଜନା ବିରୋଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା

ଭଦ୍ରକ: ଅଗ୍ନିପଥ ଯୋଜନାକୁ ଭଦ୍ରକରେ ବିରୋଧ କରାଯାଇଛି। ଏନେଇ ଶୁକ୍ରବାର ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ଜାତୀୟତା ବିରୋଧୀ, ସେନାବାହିନୀରେ ଠିକା ନିଯୁକ୍ତି ଯୋଜନା ବାତିଲ କରି ପୂର୍ବପରି ସ୍ଥାୟୀ ଓ ନିୟମିତ ନିଯୁକ୍ତି ଦେବା, ପୂର୍ବପରି ସୈନିକମାନଙ୍କୁ ପେନସନ, ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା, ପ୍ରୋଭିଡେଣ୍ଟ ଫଣ୍ଡ ଆଦି ଯୋଗାଇ ଦେବା, ପ୍ରତିରକ୍ଷା ଶିଳ୍ପରେ ଘରୋଇକରଣ ବନ୍ଦ କରିବା, ସେନାବାହିନୀ କର୍ପୋରେଟକରଣର ପ୍ରୟାସ ବନ୍ଦ କରିବା ପାଇଁ ଦାବି ଉଠିଛି।

ସେହିପରି ସେନାବାହିନୀରେ ଫାଙ୍କା ପଡିଥିବା ୧ ଲକ୍ଷ ୨୫ ହଜାର ସୈନିକ ପଦବି ତୁରନ୍ତ ପୂରଣ କରିବା, କେନ୍ଦ୍ର ସରକାରଙ୍କ ଅଧିନରେ ଫାଙ୍କା ପଡିଥିବା  ପ୍ରାୟ ୧୦ ଲକ୍ଷ ପଦବି ତୁରନ୍ତ ପୂରଣ କରିବା, ସେନାମୁଖ୍ୟମାନେ ଗଣମାଧ୍ୟମ ସମ୍ମୁଖରେ ବିଜେପିର ପ୍ରବକ୍ତାମାନଙ୍କ ପରି ଆଲୋଚନା କରିବା ବନ୍ଦ କରିବା ସହ ଆନ୍ଦୋଳନକାରୀ ଯୁବକମାନଙ୍କୁ ଧମକ ଦେବା ବନ୍ଦ କରିବା, ସେନାବାହିନୀର ସାଂପ୍ରଦାୟିକରଣ ଉଦ୍ୟମ ବାତିଲ କରିବା ଆଦି ଦାବି ନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭଦ୍ରକ ବନ୍ତ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏକ ପ୍ରତିବାଦ ସଭା ସଂଯୁକ୍ତ କୃଷକ ମୋର୍ଚ୍ଚାର ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।

publive-image

ଏହି ସଭାରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଅନ୍ୟତମ କର୍ମୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆନ୍ଦୋଳନକୁ ସମର୍ଥନ କରି ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଲ ଜିଲ୍ଲା ସଂପାଦକ ସମର ବଳ, ଏସ୍ଏଫ୍ଆଇ ଭଦ୍ରକ ଜିଲ୍ଲା ସଭାପତି ଷ୍ଟାଲିନ ଟିଟନ ଲେଙ୍କା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅଗ୍ନିପଥ ଯୋଯନା ତୁରନ୍ତ ବାତିଲ କରିବାକୁ ଚାଷୀ ସଂଗଠନର  ନେତୃତ୍ବ ବକ୍ତବ୍ଯ ମାଧ୍ୟମରେ ଦାବି କରିଥିଲେ । ଆନ୍ଦୋଳନରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଚାଷୀ ଯୋଗଦେଇ ଥିଲେ। ଆସନ୍ତା ଜୁନ ୨୯ ତାରିଖ ଦେଶର ବିଭିନ୍ନ ବାମପନ୍ଥୀ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ପ୍ରତିବାଦ ଆନ୍ଦୋଳନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ସାମିଲ ହେବ ବୋଲି  କୃଷକ ନେତାମାନେ ସୂଚନା ଦେଇଛନ୍ତି । ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭଦ୍ରକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe