ଏଆଇଡିଏସ୍ଓର ୬୮ତମ ପ୍ରତିଷ୍ଠା ଦିବସ ପାଳିତ

Advertisment
ଏଆଇଡିଏସ୍ଓର ୬୮ତମ ପ୍ରତିଷ୍ଠା ଦିବସ ପାଳିତ

Sambad

ଖୋର୍ଦ୍ଧା: ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ (ଏଆଇଡିଏସ୍ଓ)ର ୬୮ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ଲୋକାଲ୍ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଜେମାଦେଈ ହାଉସିଂବୋର୍ଡ କଲୋନୀରେ ଥିବା ସଙ୍ଗଠନର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଜୟନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ସଭା ଆରମ୍ଭରେ ସଙ୍ଗଠନର ପ୍ରତିଷ୍ଠାତା ଶିବଦାସ ଘୋଷଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ଖୋର୍ଦ୍ଧା ଲୋକାଲ୍ କମିଟି ସମ୍ପାଦକ ଅଶୋକ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

୧୯୫୪ରେ ସଙ୍ଗଠନର ପ୍ରତିଷ୍ଠାର ଆଭିମୁଖ୍ୟ ଓ ବର୍ତ୍ତମାନ ଯାଏଁ ଚାଲି ଆସିଥିବା ସଂଗ୍ରାମ ଓ ଛାତ୍ରଙ୍କ ଅଧିକାର ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବିନାଶ ପ୍ରଧାନ, ଶ୍ରୀକାନ୍ତ ନାଏକ, ଅନୁପମ ମହାନ୍ତି, ଜଗନ୍ନାଥ ବଳବନ୍ତରାୟ, ବେବି ନାୟକ, ମନୋଜ ଭୂୟାଁ, ସାଜନ ନାଏକ ପ୍ରମୁଖଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଏଆଇଡିଏସ୍ଓର କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe