ପାରାଦୀପ: ନିୟନ୍ତ୍ରଣ ବାହାରେ ବାୟୁ ପ୍ରଦୂଷଣ, ସହରରେ ସ୍ଥିତି ସଙ୍ଗିନ

Advertisment

ଗାଡ଼ିରେ ପାଲ ଘୋଡ଼ା ହେଉନି, ଟ୍ରକ୍‌ ଚକ ଧୁଆଯାଉନି

ଗାଡ଼ିରେ ପାଲ ଘୋଡ଼ା ହେଉନି, ଟ୍ରକ୍‌ ଚକ ଧୁଆଯାଉନି

ଚିନ୍ତା ବଢ଼ାଉଛି ବାୟୁପ୍ରଦୂଷଣ: ତାଳଚେରରେ କମୁଛି, ଅନୁଗୁଳରେ ବଢ଼ୁଛି

Sambad

ଜଗତସିଂହପୁର: ପାରାଦୀପରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ଓ ବେସରକାରୀସ୍ତରରେ ବହୁ ପଦକ୍ଷେପ ନିଆଯାଉଛି। ଗତବର୍ଷ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନେତୃତ୍ବରେ ପ୍ରଦୂଷଣକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପାରାଦୀପରେ ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ ତଦାରଖ କରିବାକୁ ଏକ କିମିଟି ଗଠନ କରାଗଲା। ମାତ୍ର ପରିସ୍ଥିତି ଧୀରେଧୀରେ ସଙ୍ଗିନ ହୋଇଗଲାଣି। ପାରାଦୀପ ବନ୍ଦର ପ୍ରଶାସନ କର୍ମଚାରୀଙ୍କ ବାସଭବନ ଅର୍ଥାତ ସହର ମଧ୍ୟରେ ଲାଗିଥିବା ପ୍ରଦୂଷଣ ମାପ ଯନ୍ତ୍ରର ତଥ୍ୟ ବେଶ୍ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଅନ୍ୟ ଦୁଇଟି ସ୍ଥାନ ଇଫ୍‌କୋ ଓ ପିପିଏଲ ଗେଷ୍ଟ ହାଉସ ନିକଟରେ ବି ପାରାମିଟର ଠାରୁ ବେଶ୍ ଉପରେ ରହିଛି। ପାରାଦୀପରେ ବାୟୁ ପ୍ରଦୂଷଣ ମାତ୍ରା ଜାଣିବା ପାଇଁ ତିନୋଟି ସ୍ଥାନ ପିପିଏଲ୍ ଗେଷ୍ଟ ହାଉସ, ଇଫ୍‌କୋ ଛକ ଓ ମଧୁବନ ଅଞ୍ଚଳରେ ପ୍ରଦୂଷଣ ମାପକ ଯନ୍ତ୍ର ଲାଗିଛି। ଏହାସହ ପ୍ରଦୂଷଣ ହାର ଜାଣିବା ପାଇଁ ପାଟିକୁଲାଟ ମ୍ୟାଟର(ପିଏମ୍ ୧୦)ରେ ବାୟୁ ମଣ୍ତଳରେ ଧୂଳିକଣାର ଆକାର ମପାଯାଏ। ନିୟମ ଅନୁଯାୟୀ ଏହି ଧୂଳିକଣାର ଆକାର ୧ ମିଲିଗ୍ରାମ୍‌ରେ (ପିଏମ୍ ୧୦)୧୦୦ ମାଇକ୍ରୋଗ୍ରାମ୍ ରହିବା କଥା। ପାରାଦୀପ ବନ୍ଦର କର୍ମଚାରୀଙ୍କ ବାସଭବନ(ମଧୁବନ) ନିକଟରେ ଲାଗିଥିବା ପ୍ରଦୂଷଣ ମାପ ଯନ୍ତ୍ରରୁ ଜଣାପଡ଼ିଛି ଯେ, ଏଠାରେ (ପିଏମ୍ ୧୦) ୧ ମାଇକ୍ରୋଗ୍ରାମ୍‌ରେ ୧୨୪ ରହିଛି। ସେହିପରି ପିପିଏଲ୍ ଗେଷ୍ଟ ହାଉସ ନିକଟରେ (ପିଏମ୍୧୦) ୧୨୩ ଓ ଇଫ୍‌କୋ ଛକରେ ମଧ୍ୟ ଅନୁରୂପ ଭାବେ ବାୟୁ ପ୍ରଦୂଷଣ ହାର ୧୨୦ ରହିଛି।

ପ୍ରଦୂଷଣ ବୋର୍ଡ ପକ୍ଷରୁ ଏହି ୩ ସ୍ଥାନ ଅର୍ଥାତ ସମ୍ପୂର୍ଣ୍ଣ ପାରାଦୀପରେ ପ୍ରଦୂଷଣ ମାତ୍ର ବଢ଼ୁଥିବା ଓ୍ବେବସାଇଟରେ ‌ଦର୍ଶାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, (ପିଏମ୍ ୧୦) ୧୦୦ ଟପିଲେ ଏହି ଅଞ୍ଚଳରେ ରହୁଥିବା ଲୋକମାନେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରନ୍ତି। ଏହାସହ ସେମାନେ ଶ୍ବାସ ଓ ଫୁସ୍‌ଫୁସ୍‌ ଜନିତ ରୋଗରେ ପୀଡ଼ିତ ହୁଅନ୍ତି। ଏଣୁ ହାତରୁ ଖସୁଥିବା ବନ୍ଦର ନଗରୀ ପାରାଦୀପ ପ୍ରତି ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସିଆଇଏସ୍‌ଏଫ୍ କମାଣ୍ତାଣ୍ଟ୍‌ଙ୍କୁ ଏ ନେଇ ଏକ ବୋର୍ଡ ପକ୍ଷରୁ ଗତ ମାସରେ ଏକ ଚିଠି ଲେଖା ଯାଇଥିବା ଜଣାପଡ଼ିଛି। ଏଥିରେ ବନ୍ଦର ମଧ୍ୟକୁ ମାଲ୍ ନେଇ ପ୍ରବେଶ କରୁଥିବା ସମସ୍ତ ଗାଡ଼ି ଟ୍ରକ୍, ଡମ୍ଫର, ଟ୍ରଲର ଓ ଟିପର ଉପରେ ପାଲ ଘୋଡ଼ାଇବା ନିୟମକୁ କଡ଼ାକଡ଼ି କରିବାକୁ କୁହାଯାଇଛି। ଏହି ଗାଡ଼ି ଗୁଡ଼ିକ ବନ୍ଦର ମଧ୍ୟରୁ ବାହାରୁଥିବା ବେଳେ ସମସ୍ତଙ୍କର ଚକ ଧୋଇବା ଉପରେ ଦୃଷ୍ଟି ଦିଆଯିବା ଆବଶ୍ୟକ। ପାରାଦୀପ ବନ୍ଦର ଗେଟ୍–୨ ଓ ୩ ନିକଟରେ ଏହି ବ୍ୟବସ୍ଥା କରାଯାଇଛି ସତ, ଅଧିକାଂଶ ଗାଡ଼ି ଚକ ନଧୋଇ ବନ୍ଦର ମଧ୍ୟରୁ ବାହାରୁଥିବା ଦେଖାଯାଉଛି। ଏଣୁ ବନ୍ଦର ସହ ଅନ୍ୟ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ଗାଡ଼ି ଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ବୋର୍ଡ ପକ୍ଷରୁ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe