କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ

କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ

ଘୁ.ଉଦୟଗିରି: ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ କଂଗ୍ରେସ ଦଳ ଛାଡ଼ି ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବିଜେପି ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି।ନିର୍ବାଚନରେ ସେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ହେବା ନିମନ୍ତେ ଆବେଦନ କରିଥିଲେ।

ହେଲେ ଦଳ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଙ୍କୁ ଟିକେଟ ପ୍ରଦାନ କରିବା ପରେ ସ୍ଥାନୀୟ ଅଞ୍ଚଳରେ କଂଗ୍ରେସ କର୍ମୀ ଏବଂ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା।ପ୍ରାର୍ଥୀ ବଦଳେଇବା ନିମନ୍ତେ ଦାବି ଜୋର ଧରିଥିଲା।ହେଲେ କୌଣସି ଫରକ ପଡିନଥିବା ବେଳେ ଆଜି ହଠାତ କଂଗ୍ରେସ ଦଳ ତ୍ୟାଗ କରି ଅଜୟନ୍ତି ବିଜେପି ଦଳରେ ଯୋଗ ଦେବା ଫଳରେ କଂଗ୍ରେସ ଶିବିରରେ ଭାଳେଣି ପଡିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe