ଟ୍ରକ ବିକିବା ନାଁରେ ୪ ଲକ୍ଷ ଠକେଇ, କରାଟେ ଶିକ୍ଷକ ଆକାଶ ନାୟକ ଗିରଫ

Advertisment
ନାବାଳିକାଙ୍କୁ ପ୍ରେମ ଓ ପ୍ରତାରଣା, ଯୁବକ ଗିରଫ

Image Courtesy of India Today

ରାଉରକେଲା: ଟ୍ରକ ବିକିବା ନାଁରେ ଜଣେ ବ୍ୟବସାୟଙ୍କ ଠାରୁ ୪ ଲକ୍ଷ ଠକେଇ ଘଟଣାରେ ଉଦିତନଗର ପୁଲିସ କରାଟେ ଶିକ୍ଷକ ଆକାଶ ନାୟକୁ ଗିରଫ କରିଛି। ତା’ ଘର ସେକ୍ଟର-୨ ଏଚ୍‌ ବ୍ଲକରେ। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ରାଇରଙ୍ଗପୁରର ବ୍ୟବସାୟୀ ଆଲୋକ କୁମାର ମାହାନ୍ତ ପୁରୁଣା ଟ୍ରକ କିଣିବାକୁ କରାଟେ ଶିକ୍ଷକ ଆକାଶକୁ ଗତ ୨୦୨୦ ଡିସେମ୍ବର ମାସରେ ୪ ଲକ୍ଷ ଟଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ଟ୍ରକ ଦେଇ ନଥିଲେ କି ୪ ଲକ୍ଷ ଟଙ୍କା ଫେରାଇ ନଥିଲେ।

ଆଲୋକଙ୍କୁ ଆଜି କାଲି କହି ମାସ ମାସ ଗଡାଇ ଚାଲିଥିଲେ। ଶେଷରେ ଆଲୋକ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଆଜି ଆକାଶକୁ ଗିରଫ କରିଥିଲା। ଆକାଶ ନାଁରେ ପୂର୍ବରୁ ରାଉରକେଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। କେବଳ ବ୍ୟବସାୟୀ ଆଲୋକ ନୁହେଁ ପୂର୍ବରୁ ଏମିତି ଅନେକ ଲୋକଙ୍କୁ ଗାଡି କିଣାଇ ଦେବା ନାଁରେ ଠିକିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି କାରବାରରେ କେବଳ ଆକାଶ ନାଁ ଅନ୍ୟ କେଉଁମାନେ ଅଛନ୍ତି, ପୁଲିସ ତା’ର ଖୋଳତାଡ କରୁଛି। ଆକାଶର ରାଉରକେଲା ମୁଖ୍ୟ ବଜାରରେ ଏକ ଜିମ୍‌ ଅନୁଷ୍ଠାନ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe