ରକ୍ତଦାନ କରି ୮ବର୍ଷର ପିଲାର ଜୀବନ ବଞ୍ଚାଇଲେ ଆକାଶ

Advertisment
ରକ୍ତଦାନ କରି ୮ବର୍ଷର ପିଲାର ଜୀବନ ବଞ୍ଚାଇଲେ ଆକାଶ

ଜୟପୁର: ଜଣେ ସିକିଲ୍ ସେଲ୍ ଆକ୍ରାନ୍ତ ୮ବର୍ଷ ଶିଶୁର ଅଚାନକ ରକ୍ତରେ ହିମୋଗ୍ଲୋବିନ୍ କମି ରକ୍ତହୀନତାର ଶିକାର ହୋଇଥିଲା। ଜୀବନ ମରଣ ସହ ସଂଘର୍ଷ କରୁଥିବା ପିଲାଙ୍କୁ ସ୍ବେଚ୍ଛାକୃତ ଭାବେ ରକ୍ତଦେଇ ମାନବିକତାର ପରିଚୟ ଦେଇଛନ୍ତି ସ୍ଥାନୀୟ କେଲ୍ଲାନଗରର ଆକାଶ (ପପ୍ପୁ) ବେହେରା। ବୈପାରୀଗୁଡା ଅଂଚଳର ଗଣେଶ ନାୟକ(୮) ସିକିଲସେଲରେ ଆକ୍ରାନ୍ତ ହୋଇଥିବାବେଳେ ରକ୍ତହୀନତା ହେବା ମାତ୍ରକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥାଏ। ଏଥର ଗଣେଶଙ୍କ ହିମୋଗ୍ଲୋବିନ୍ ହଠାତ କମିଯିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା |

ତେବେ ଚିକିତ୍ସା କରୁଥିବା ଡାକ୍ତର ତୁରନ୍ତ ରକ୍ତ ଦେବାକୁ କହିଥିଲେ। ପରିବାରବର୍ଗ ରକ୍ତଭଣ୍ଡାରକୁ ଯାଇ ଅନୁରୋଧ କରିଥିଲେ ହେଁ ମିଳିପାରିନଥିଲା। ଏସଂପର୍କରେ ଆକାଶଙ୍କୁ ତାଙ୍କର ଜଣେ ବନ୍ଧୁ ରକ୍ତଦାନ କରି ଜଣକର ଜୀବନ ବଞ୍ଚାଇବାକୁ କହିଥିଲେ। ଏହାପରେ ଆକାଶ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ଜୟପୁର ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଏହି ରକ୍ତ ପାଇବା ପରେ ଗଣେଷଙ୍କ ଜୀବନ ବଂଚିଯିବା ସହ ଆକାଶଙ୍କୁ ଧନ୍ୟବାଦ ଦେଇଛନ୍ତି ତାଙ୍କ ପରିବାର। ଆକାଶ ମଧ୍ୟ ପ୍ରଥମ ଥର ରକ୍ତଦାନ କରି ଗୋଟିଏ ଜୀବନ ବଂଚାଇଥିବାରୁ ଆଗାମୀ ଦିନରେ ଏହି ଧାରା ଜାରି ରଖିବେ ବୋଲି କହିଛନ୍ତି। ୧୮ବର୍ଷ ହେବା ମାତ୍ରକେ ବିନା ଭୟରେ ଜଣକର ଜୀବନ ବଂଚାଇବା ପାଇଁ ରକ୍ତଦାନ କରିବାକୁ ଆକାଶ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe