ରାୟଗଡ଼ା: ଅବିଭକ୍ତ କୋରାପୁଟ ଜିଲ୍ଲାର ଗୌରବ ତଥା ଓଡ଼ିଆ ସଂଗୀତ ଜଗତର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ବର୍ଗତ ଅନନ୍ତ ଶାନ୍ତିରାଜ ଖୋସଲାଙ୍କ ସ୍ମୃତିସଭା ଓଡ଼ିଶା ପ୍ରେସ କ୍ଲବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶାନ୍ତିରାଜ ଖୋସଲାଙ୍କ ସଂଗୀତ ଜୟଯାତ୍ରାର ଅନ୍ତିମ ସୃଜନୀ ‘ଝିପି ଝିପି ବର୍ଷା ଆଲବମ’ ଲୋକାର୍ପିତ ହୋଇଛି।
ମୁଖ୍ୟଅତିଥି ଭାବେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍, ସମ୍ମାନିତ ଅତିଥି ଭାବେ ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ ଯୋଗଦେଇ ଆଲବମକୁ ଲୋକାର୍ପିତ କରିଥିଲେ। ଲୋକାର୍ପଣ ସ୍ମତିସଭାରେ ପ୍ରଚ୍ଛଦପଟ ଗାୟିକା ସୁଶ୍ରୀ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ପ୍ରଥମ ଶାନ୍ତିରାଜ ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀକାନ୍ତ ଗୌତମ, ନିର୍ଦେଶକ ସଞ୍ଜୟ ନାୟକ, ଗୀତିକାର ମୋହିତ ଚକ୍ରବର୍ତ୍ତୀଙ୍କ ସମେତ ଓଡ଼ିଶାର ଆଗଧାଡିର ଗାୟକଗାୟିକା, ସଂଗୀତ ନିର୍ଦେଶକ ଏବଂ ଓଡ଼ିଆ ସିନେ ଅଭିନେତାଅଭିନେତ୍ରୀ ଉପସ୍ଥିତ ଥିଲେ।
‘ଝିପି ଝିପି ବର୍ଷା’ ସ୍ବର୍ଗତ ଖୋସଲାଙ୍କ ଶେଷ ସଂଗୀତ ନିର୍ଦ୍ଦେଶନା ହୋଇଥିବା ବେଳେ ଏହାକୁ ଯୁଗଳ କଣ୍ଠରେ ଗାଇଛନ୍ତି ପ୍ରଦୀପ ସାହୁ ଓ ମୋନାଲିସା ପଣ୍ଡା। କୁନ୍ଦନ୍ କ୍ରିଏସନ ଓ ଲିସା କ୍ରିଏସନରେ ପ୍ରସ୍ତୁତ ଏହି ଆଲବମ୍ର ନିର୍ଦ୍ଦେଶନା ଭାର ବିଶିଷ୍ଟ ନାଟ୍ୟକାର ଡ. ନରେନ୍ଦ୍ର କୁମାର ମିଶ୍ର (ରାୟଗଡ଼ା ନିବାସୀ) ବହନ କରିଥିବା ବେଳେ ଚିତ୍ରଉତ୍ତୋଳନ ଓ ସମ୍ପାଦନା ଇଂ. ବ୍ୟୋମକେଶ ମହାନ୍ତି କରିଛନ୍ତି। ସୁବ୍ରତ କୁମାର ଦାସ ନାୟକ ଭୂମିକାରେ ନବାଗତା ପ୍ରାଞ୍ଜଳ ପାତ୍ର (କୋଟପାଡ଼ ନିବାସୀ) ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଆଲବମଟିର ସମସ୍ତ ସୁଟିଂ ଅବିଭକ୍ତ କୋରାପୁଟ ଜିଲ୍ଲାରେ ହୋଇଛି। ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଷ୍ଟୁଡିଓ ଏସ୍ ରେକଡ୍ ଇନରେ କରାଯାଇଛି। ଅନ୍ୟାନ୍ୟ ଭୂମିକାରେ ବିଶ୍ଵାବସୁ ରାଜଗୁରୁ ମହାପାତ୍ର, ପରୀ, ଅନନ୍ତ, ହରି ଏବଂ କଳା ଦାୟିତ୍ବରେ ବିକାଶ ସାବତ ରହିଛନ୍ତି। ଡ୍ରୋନ ବାଦଲ ପରିଡ଼ା ସୂଚାର ରୂପେ ଚାଳନା କରିଥିବା ବେଳେ କେଶ ବିନ୍ୟାସ ଓ ସାଜସଜ୍ଜା ରଞ୍ଜିତା ଦାସଙ୍କ ଦ୍ଵାରା ସମ୍ପାଦନ ହୋଇଛି। ସୁଶ୍ରୀ ଶାଶ୍ଵତୀ ସାହୁଙ୍କ ନିବେଦିତ ‘ଝିପି ଝିପି ବର୍ଷା’ ଆଲବମ୍ ସାରା ଓଡିଶାରେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ କରିଛି ପ୍ରସ୍ତୁତକାରୀ ସଂସ୍ଥା।
Follow Us