ଉପାନ୍ତ ଅଞ୍ଚଳରେ ଅଲେଖ ସମାଜ ବୈଠକ ଏବଂ ସହଦେବ ବାବାଙ୍କୁ ନୂଆ ସଭାପତି ଭାବେ ଚୟନ

Advertisment
ଉପାନ୍ତ ଅଞ୍ଚଳରେ ଅଲେଖ ସମାଜ ବୈଠକ ଏବଂ ସହଦେବ ବାବାଙ୍କୁ ନୂଆ ସଭାପତି ଭାବେ ଚୟନ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଉପାନ୍ତ ଅଞ୍ଚଳ ନୁଆଗୁଡ଼ା ପଞ୍ଚାୟତ ଆରଏସସି ଏଗାର ନମ୍ବର ଠାରେ ଅଭିଭକ୍ତ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅଲେଖ ମହିମା ଧର୍ମୀ ଦୀକ୍ଷିତ ଭକ୍ତ ବରିଷ୍ଠ ଟହଲିଆ ଦାୟିତ୍ୱ ଧାରୀମାନଙ୍କୁ ନେଇ ସିଦ୍ଧି ଗଣେଶ ବାବାଙ୍କ ମଠ ଠାରେ ଅଲେଖ ସମାଜ ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ଦୀର୍ଘ ଚାରି ମାସ ହେଲା ଶ୍ରୀ ଚରଣ ବାବାଙ୍କ ଦେହାନ୍ତ ପରେ ଅଲେଖ ସମାଜର ଉଭୟ ମାଲକାନଗିରି ତଥା କୋରାପୁଟ ଜିଲ୍ଲା ଅଲେଖ ସମାଜ ପରିଚାଳନା ପାଇଁ ସଭାପତି ପଦ ଖାଲି ପଡିଥିଲା। ନୂଆ ସଭାପତି ଚୟନ ପାଇଁ କିଛି ଦିନ ହେଲା ଉଭୟ ଜିଲ୍ଲାର ଭକ୍ତ, ଉଭୟ ଜିଲ୍ଲାର ଅଧିକାରୀ, ଟହଲିଆମାନଙ୍କ ଆଲୋଚନା ପ୍ରସଙ୍ଗରେ ପ୍ରସ୍ତାବ ରଖାଯାଇଥିଲା।

ନିଷ୍ପତ୍ତି କ୍ରମେ ଆଜି ଉଭୟ ଜିଲ୍ଲାର ବରିଷ୍ଠ ଟହଲିଆ ଅଲେଖ ଧର୍ମୀ ଭକ୍ତ ମାନଙ୍କ ଉପାନ୍ତ ଅଞ୍ଚଳରେ ଅଲେଖ ସମାଜର ସମାବେଶ ବୈଠକ ସହିତ ଉଭୟ ଜିଲ୍ଲାକୁ ପରିଚାଳନା କରିବା ପାଇଁ ସହଦେଵ ବାବାଙ୍କୁ ନୂଆ ସଭାପତି ଭାବରେ ଚୟନ କରାଯାଇଛି। ପୁଷ୍ପ ଗୁଚ୍ଛ ସହ ଦାୟିତ୍ୱ ଦିଆଯାଇଥିଲା।

ସହଦେଵ ବାବା ଉଭୟ ଜିଲ୍ଲାର ଅଲେଖ ମହିମା ଧର୍ମୀ ସମାଜକୁ ସଠିକ ମାର୍ଗରେ ପରିଚାଳନା କରିବାକୁ ମତ ରଖିଥିଲେ। ପରେ ସଭାପତିଙ୍କ ସମେତ ସମସ୍ତ ଭକ୍ତ ଖଞ୍ଜଣୀ ଓ ଝାଞ୍ଜ ଧରି ସନ୍ଥ ଭୀମଭୋଇଙ୍କ ଏକ ସୁନ୍ଦର ଗୀତ ବାଦ୍ୟ ତାଳେ ତାଳେ ସିଦ୍ଧି ଗଣେଶ ବାବାଙ୍କ ଶୁନ୍ୟ ମନ୍ଦିର ଏବଂ ଯଜ୍ଞ ମଣ୍ଡପ ଚାରି ପାର୍ଶ୍ଵ ପରିକ୍ରମା କରିଥିଲେ, ଉକ୍ତ କାର୍ଯ୍ୟକ୍ରମକୁ ନାରାୟଣ ଖରା, ଶୁକ୍ରା ମୁଦୁଲି,ଡମ୍ବରୁ ଗଲରିଙ୍କ ସହ ଅନ୍ୟ ଅଲେଖ ଧର୍ମୀ ମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe