କେନ୍ଦ୍ରାପଡ଼ା ଜିଲ୍ଲା କୁମାରଟଙ୍କା ପୁଣି ୭ ଦିନ କଣ୍ଟେନମେଣ୍ଟ ଜୋନ୍

Advertisment
କେନ୍ଦ୍ରାପଡ଼ା ଜିଲ୍ଲା କୁମାରଟଙ୍କା ପୁଣି ୭ ଦିନ କଣ୍ଟେନମେଣ୍ଟ ଜୋନ୍

The News Minute

ଆଳି: ଆଜି ଆଳିର ମାଣିକପାଟଣା ଗ୍ରାମରୁ ହାଇଦ୍ରାବାଦ ଓ ଦିଲ୍ଲୀ ଫେରନ୍ତା ୨ ପ୍ରବାସୀଙ୍କ ସହିତ ମାଳପାଟଣାରୁ ଜଣେ ସ୍ଥାନୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୩ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ବେଳେ ଆଳିବ୍ଲକର ସର୍ବାଧିକ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କୁମାରଟଙ୍କା ଗ୍ରାମକୁ ଆଜି ପୁଣି ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନର ଘୋଷଣା କରାଯାଇଛି।

କୁମାରଟଙ୍କା ଗ୍ରାମର ୩୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ଏହି ଗ୍ରାମରୁ ଲଗାତର ୧୨ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ୨୦ ତାରିଖ ଠାରୁ କୁମାରଟଙ୍କା ଗାଁକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ଗ୍ରାମବାସୀଙ୍କ  ଚଳପ୍ରଚଳ ଉପରେ ରୋକ ଲଗାଯାଇ ଗ୍ରାମର ସମସ୍ତ ପ୍ରବେଶପଥକୁ ସିଲ୍‌ କରାଯାଇଥିଲା।

ତେବେ ଆଜି ୭ ଦିନିଆ କଣ୍ଟେନମେଣ୍ଟ ଅବଧି ପୂରି ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ପୁଣିଥରେ ୭ ଦିନିଆ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସତର୍କତା ମୂଳକ ବ୍ୟବସ୍ଥା ଅନୁଯାୟୀ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟରେ ରଖାଯାଉଥିବା ବେଳେ ଗ୍ରାମରୁ ପଦାକୁ ବାହାରି ନ ପାରି ଗ୍ରାମବାସୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବାର ଅଭିଯୋଗ କରିଛନ୍ତି।

ପୁଣି ଥରେ ୭ ଦିନପାଇଁ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ବେଳେ ଆଳି ବିଧାୟକ ପ୍ରତାପ ଦେବଙ୍କ ପକ୍ଷରୁ ବ୍ଲକ ବିଜେଡି ସଭାପତି ସନାତନ ମିଶ୍ର ଓ ଅରେହିକଣାର ପୂର୍ବତନ ସରପଞ୍ଚ ହିମାଂଶୁ ଶେଖର ପଣ୍ଡା କୁମାରଟଙ୍କାର ୨୦୦ ପରିବାରଙ୍କୁ ଆଜି ଚୁଡା,ଚାଉଳ,ଚିନି,ଖାଇବା ତେଲ,ଆଳୁ,ପିଆଜ ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଏପଟେ ଆଳି ଅଞ୍ଚଳରେ ଦିନକୁଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାଧାରଣରେ ଆତଙ୍କିତ ଅବସ୍ଥା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe