ବଦଳିବ କୋରାପୁଟ ବାଇପାସର ଆଲାଇନ୍‌ମେଣ୍ଟ, ଆଶା ଆଶଙ୍କାରେ ପ୍ରକଳ୍ପର ଭାଗ୍ୟ 

Advertisment
ବଦଳିବ କୋରାପୁଟ ବାଇପାସର ଆଲାଇନ୍‌ମେଣ୍ଟ, ଆଶା ଆଶଙ୍କାରେ ପ୍ରକଳ୍ପର ଭାଗ୍ୟ 

Sambad

କୋରାପୁଟ: କୋଟପାଡ, ଜୟପୁର ଓ ବୋରିଗୁମ୍ମାରେ ପ୍ରସ୍ତାବିତ ବାଇପାସକୁ ଅନୁମତି ମିଳି ସାରିଥିବାବେଳେ କୋରାପୁଟ ବାଇପାସର ଭାଗ୍ୟ ପୁଣି ଥରେ ଝୁଲିଛି। ଜିଲ୍ଲା ପ୍ରଶାସନ, ଜାତୀୟ ରାଜପଥ ଓ ରେଳବାଇ ମଧ୍ୟରେ ତାଳମେଳ ରହୁ ନଥିବାରୁ କୋରାପୁଟ ବାଇପାସ କେବେ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଲାଣି। ପୂର୍ବରୁ ହୋଇଥିବ‌ା ଡିପିଆର ପୁଣି ଥରେ ପରିବର୍ତ୍ତନ ହେବ। ପୁଣି ଥରେ ପ୍ରସ୍ତୁତ ହେବ ଡିପିଆର। ପୂର୍ବରୁ ରେଳବାଇ ପଡିଆ ମଧ୍ୟ ଦେଇ ଯିବାକୁ ରହିଥିବା ପ୍ରସ୍ତାବିତ ବାଇପାସ ଜୟପୁର ରୋଡରେ ବାହାରିଥାନ୍ତା। ହେଲେ ନୂଆ ଆଲାଇନମେଣ୍ଟ ପରିବର୍ତ୍ତନ ହୋଇ ଗୌତମ ନଗର ୪ର୍ଥ ଲାଇନ ନିକଟରେ ବାହାରିବ। ଏନେଇ ଆଜି ଜିଲ୍ଲା ପ୍ରାସନ ପକ୍ଷରୁ ଜାତୀୟ ରାଜପଥ କତ୍ତୃପକ୍ଷଙ୍କୁ ପୁଣି ଥରେ ଚିଠି କରାଯାଇଥିବା ଜଣାପଡିଛି। ଏହି ଚିଠି ପରେ ପୁଣି ଥରେ ଝୁଲିଛି କୋରାପୁଟ ବାଇପାସର ଭାଗ୍ୟ। ଫଳରେ ଦିନକୁ ଦିନ ପଦ୍ମ ଘୁଞ୍ଚିଲା ପରି ହେଉଛି କୋରାପୁଟ ବାଇପାସର ଭାଗ୍ୟ। ପୂର୍ବରୁ କୋରାପୁଟ ବାଇପାସ ପାଇଁ ଜମି ଆବଶ୍ୟକ ରହିଥିବାବେଳେ ରେଳବାଇ ସହ ଜମି ବିନିମୟ କରିଥାନ୍ତା ଏନଏଚ କତ୍ତୃପକ୍ଷ। ହେଲେ ଏବେଯାଏ ଏଚଏଚ କତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବା ଜଣାପଡିଛି।

କୋରାପୁଟ ଦେଇ ଯାଇଥିବା ଜାତୀୟ ରାଜପଥରେ ବାଇପାସ ରାସ୍ତା ନିର୍ମାଣ ‌କାର୍ଯ୍ୟ ହୋଇପାରୁନି। ଫଳରେ କୋରାପୁଟବାସୀଙ୍କ ଦୀର୍ଘଦିନର ପ୍ରତିକ୍ଷାରେ ରହିଥିବାବେଳ‌େ ଏହି ପ୍ରକଳ୍ପ ପାଇଁ ବ୍ୟବସ୍ଥା ହୋଇପାରୁନି। ସର୍ଭେ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବାବେଳେ ରେଳବାଇ ଠାରୁ ଜମିନେବାକୁ ଯୋଜନା ରହିଥିଲା। କୋରାପୁଟ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ବଢିବା ପରେ ଏଥିରେ ଏକ ବାଇପାସ ରାସ୍ତା ନିର୍ମାଣ କରିବାକୁ ୨୦୧୭ ମସିହାରେ ନିଷ୍ପତ୍ତି ହୋଇଥିଲା। ରେଳବାଇ ଓଭରବିଜ ପାଖରୁ ଏହି ବାଇପାସ ରାସ୍ତା ବାହାରି ଷ୍ଟାଡିୟମ ପଛ ରାସ୍ତା ଦେଇ କଫି ବୋର୍ଡ ନିକଟରେ ବାହାରିବ ବୋଲି ସ୍ଥିର କରାଯାଇଥିଲା। ହେଲେ ରେଳବାଇ ଜମିରେ ଏହି ରାସ୍ତା ଯିବାରୁ କେଁ ବାହାରିଥିଲା। ରେଳବାଇ ଜମି ଦେବାକୁ ମନା କରିବା ପରେ ପ୍ରକଳ୍ପ ଆଗେଇ ପାରି ନ ଥିଲା। ରେଳମନ୍ତ୍ରୀଙ୍କ ଗସ୍ତ ସମୟରେ ଏନେଇ ଜନସାଧାରଣ ଅଭିଯୋଗ ଦେବା ପରେ ଏହାକୁ ଗୁରୁତ୍ୱର ସହ ନେଇଥିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହାପରେ ଜମି ଦେବାକୁ ରେଳବାଇ ରାଜି ହୋଇଥିଲା। କିନ୍ତୁ କୋରାପୁଟ ପ୍ରଶାସନ ଓ ଏନଏଚ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଗଲାନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe