ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ୍: କ୍ବାର୍ଟର ଫାଇନାଲରେ ଏସ୍‌ଡିସିଏ ସୋନପୁର

Advertisment

ଆସନ୍ତାକାଲି ସୋନପୁର ଓ ଏନ୍‌ଏନ୍‌ଏସ୍‌ ପ୍ରୟାଗରାଜ ମଧ୍ୟରେ ମୁକାବିଲା

ଆସନ୍ତାକାଲି ସୋନପୁର ଓ ଏନ୍‌ଏନ୍‌ଏସ୍‌ ପ୍ରୟାଗରାଜ ମଧ୍ୟରେ ମୁକାବିଲା

ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ୍: କ୍ବାର୍ଟର ଫାଇନାଲରେ ଏସ୍‌ଡିସିଏ ସୋନପୁର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କସ୍ଥିତ ହାଇସ୍କୁଲ ପଡ଼ିଆରେ ଶୁକ୍ରବାର ଠାରୁ ୨୭ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ଆରମ୍ଭ ହୋଇଯାଇଛି। ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଏସ୍‌ଡିସିଏ ସୋନପୁର ଓ ଆୟୋଜକ ଲୁତୁରପଙ୍କ ମଧ୍ୟରେ ଖେଳାଯାଇଥିଲା। ସୋନପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୫ଟି ୱିକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଥିଲା। ଦଳର କେ.ଜି .ଗୋପାଳକୃଷ୍ଣ ବ୍ୟକ୍ତିଗତ ଭାବେ ୨୩ଟି ବଲ୍‌ ଖେଳି ୬୯ ରନ୍‌ ସଂଗ୍ରହ କରିଥିଲେ। ତାଙ୍କର ସାଥୀ ଖେଳାଳି ପୁରୁଷୋତ୍ତମ ପାତ୍ରଙ୍କ ବ୍ୟାଟ୍‌ରୁ ୫୪ ରନ୍‌ ଅମଳ ହୋଇଥିଲା। ବିପକ୍ଷ ଦଳ ପକ୍ଷରୁ ଯଦୁଲାଲ ନନ୍ଦ ୨ଟି ୱିକେଟ୍‌ ନେଇଥିଲେ। ଜବାବରେ ଲୁତୁରପଙ୍କ ଦଳ ନିର୍ଦ୍ଧାରିତ ୧୬ ଓଭରରେ ୯ଟି ଉଇକେଟ ହରାଇ ୭୦ ରନ୍‌ ସଂଗ୍ରହ କରି ପରାସ୍ତ ହୋଇଥିଲା। ମ୍ୟାକମିଲନ ମହାକୁର ସର୍ବାଧିକ ୧୬ ରନ୍‌ କରିଥିବା ବେଳେ ସୋନପୁରର କେଜି ଗୋପାଳକୃଷ୍ଣ ୪ଟି, ସୁମନ ମହାରଣା ଓ ସୁରେଶ ବେହେରା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

publive-image

କ୍ରୀଡ଼ାବିତ୍‌ ପୀତାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବୀତରଣୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସରପଞ୍ଚ ସୂର୍ଯ୍ୟ ନନ୍ଦ ଓ ବିଶିଷ୍ଟ ବ୍ୟବସାୟୀ କୁଶ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋନପୁରର କେଜି ଗୋପାଳକୃଷ୍ଣଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ସମୀର ପାଣିଗ୍ରାହୀ ଓ ପୃଥ୍ଵୀରାଜ ମିଶ୍ର ଅମ୍ପାୟାର ଭାବେ ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ବଙ୍କା ବିହାରୀ ମହାକୁର ସ୍କୋରର ଏବଂ ମାନସ ନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ।

ଜେଜେଏସ୍‌ସି ଦ୍ବାରା ଆୟୋଜିତ ୮ ଦିବସୀୟ ଟୁର୍ଣ୍ଣାମେଣ୍ଟକୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ତଥା ମୁଖ୍ୟ ଅତିଥି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବୀରମହାରାଜପୁର ଜିଲ୍ଲା ପରିଷଦ (ଜୋନ୍‌-୨) ସଭ୍ୟା ଚନ୍ଦ୍ରକାନ୍ତୀ ଦନ୍ତା, ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନନ୍ଦ, ମହେନ୍ଦ୍ର ଜଗଦଲା, ସସ୍ମିତା ଦୀପ, ନିରୁପମା ସେଠୀ, କେଶନ୍ ଜଗଦଲା, ସମିତିସଭ୍ୟ ଶୈଳ ରଞ୍ଜନ ବାଦୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ, କ୍ରୀଡ଼ାବିତ୍ କିଶୋର ହୋତା, ସତ୍ୟଞ୍ଜିବ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe