ଅଭିଯୋଗ: ରାତିଅଧିଆ ଗ୍ରାହକଙ୍କୁ ଫୋନ୍‌ରେ ଜେଇଙ୍କ ଧମକ

Advertisment
ଅଭିଯୋଗ: ରାତିଅଧିଆ ଗ୍ରାହକଙ୍କୁ ଫୋନ୍‌ରେ ଜେଇଙ୍କ ଧମକ

wikiHow

ରାଜଗାଙ୍ଗପୁର: ରାଜଗାଙ୍ଗପୁରରେ ବିଦ୍ୟୁତ୍ ବିଭାଗର ଜଣେ ଜେଇଙ୍କ କାରନାମା ସହରରେ ଚର୍ଚାର ବିଷୟ ପାଲଟିଛି। ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଟାଟା ପାୱାର ପ୍ରୟାସ ଜାରି ରଖିଥିବାବେଳେ ଜେଇଙ୍କ କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ, ୱାର୍ଡ ନମ୍ବର ୧୮ର ମାଷ୍ଟରକଲୋନିର ଜ୍ୟୋତି ଶର୍ମାଙ୍କ ମିଟରରେ ଅଧିକ ବିଲ୍‌ ଆସୁଥିବା ନେଇ ଜେଇଙ୍କ ନିକଟରେ ଓ ଅନ୍‌ଲାଇନ୍‌ରେ ମଧ୍ୟ ଅଭିଯୋଗ କରିଥିଲେ। ଗତକାଲି ଏ ସଂକ୍ରାନ୍ତରେ ଜ୍ୟୋତି ଶର୍ମା ଜେଇଙ୍କୁ ଫୋନ୍‌ ମାଧ୍ୟମରେ ଜଣାଇବାବେଳେ ବେଳେ ଜେଇ ତାଙ୍କୁ ଗାଳିଦେବା ସହିତ ଫୋନ୍‌ କାଟି ଦେଇଥିଲେ।

ଏ ସଂକ୍ରାନ୍ତରେ ଜ୍ୟୋତି ତାଙ୍କ ସ୍ୱାମୀ କୁନ୍ଦନ ଶର୍ମାଙ୍କୁ ଜଣାଇଥିଲେ। କୁନ୍ଦନ ଜେଇଙ୍କୁ କଲ୍‌ କରିବାରୁ ତାଙ୍କୁ ମଧ୍ୟ ଗାଳି ଦେଇଥିଲେ। କୁନ୍ଦନ ଟାଟା ପାୱାର କାର୍ଯ୍ୟଳୟକୁ ଯାଇ ଜେଇଙ୍କୁ ନପାଇବାରୁ ଏସ୍‌ଡିଓଙ୍କ ସହିତ ଆଲୋଚନା କରିଥିଲେ। ପୁଲିସ ଉପସ୍ଥିତିରେ ଏହି ସମସ୍ୟାର ସମାଧାନ କରାଯାଇଥିଲା। ପୁଣି ଗତକାଲି ରାତି ପ୍ରାୟ ୨ଟା ସମୟରେ କରିତ୍‌କର୍ମା ଜେଇ କୁନ୍ଦନଙ୍କୁ ଫୋନ୍‌କରି ଗାଳିଦେବା ସହିତ ଧମକ ଦେଇଥିବା ନେଇ କୁନ୍ଦନ ଅଭିଯୋଗ କରିଛନ୍ତି। ପୁନର୍ବାର ଏହି ଘଟଣା ଘଟିବାରୁ ଆଜି ସକାଳେ କୁନ୍ଦନ ଓ ତାଙ୍କ ବନ୍ଧୁ ଟାଟା ପାୱାର କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସମ୍ପୃକ୍ତ ଜେଇ ପୂର୍ବପ୍ରସ୍ତୁତି ଅନୁଯାୟୀ କିଛିଯୁବକଙ୍କ ସହଯୋଗରେ କୁନ୍ଦନ ଓ ତାଙ୍କ ବନ୍ଧୁଙ୍କୁ ମାଡ଼ମାରିବା ସହିତ ଗାଳିଗୁଲଜ କରିଥିଲେ। ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ପରେ ଉଭୟପକ୍ଷଙ୍କୁ ଥାନାକୁ ଡକାଯାଇ ଆପୋସ ବୁଝାମଣା କରାଯାଇଥିଲା। ଏ ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ବିଷୟରେ ସମ୍ପୃକ୍ତ ଜେଇଙ୍କୁ ଫୋନ୍‌ ମାଧ୍ୟମରେ ପଚାରିବାରୁ କଥାକୁ ଆଡ଼େଇ ଫୋନ୍‌ କାଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe