The Sentinel Assam
ସମ୍ବଲପୁର: ବୁର୍ଲା ଭିମ୍ସାରରେ ଜଣେ ଯୁବତୀଙ୍କୁ ଚିକିତ୍ସା ପାଇଁ ଯାଇଥିବା ବେଳେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ସହିତ ଥିବା ଭାଇଙ୍କ ସାର୍ଟ ମଧ୍ୟ ଚିରି ଦିଆଯାଇଥିବା ଯୁବତୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିୟୋଗ ଅନୁଯାୟୀ, ଟିଟିଲାଗଡ଼ର କଲ୍ୟାଣୀ ପାଢ଼ୀ ସମ୍ବଲପୁରର ଏକ ଶିକ୍ଷାନୁଷ୍ଠାନରେ ପାଠ ପଢ଼ନ୍ତି। ସୋମବାର ଦିନ ରୋଷେଇ କରିବା ବେଳେ ପ୍ରେସର୍ କୁକର ଫାଟି ଯାଇଥିବାରୁ ଯୁବତୀ ଜଣକ ଆହତ ହୋଇଥିଲେ। ତାପରେ ସେ ତାଙ୍କ ଭାଇଙ୍କ ସହ ବୁର୍ଲା ବଡ଼ ଡାକ୍ତରଖାନାକୁ ଯାଇଥିଲେ।
ସେଠାରେ ଜଣେ ଡାକ୍ତର ଯୁବତୀଙ୍କୁ ଚିକିତ୍ସା କରିବା ବଦଳରେ ଦୁର୍ବ୍ୟବହାର କରିଥିଲେ। ତାପରେ ତାଙ୍କ ଭାଇଙ୍କ ସାର୍ଟ ଫାଡ଼ି ଦେଇଥିଲେ। ପରେ ପୁଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା। ତାପରେ ଯୁବତୀ ବୁର୍ଲା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଦୁର୍ବ୍ୟବହାର କରିଥିବା ଡାକ୍ତର ଜଣକ ସର୍ଜରି ବିଭାଗର ବୋଲି କହାଯାଉଥିବା ବେଳେ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି।
Follow Us