ଲାଞ୍ଚୁଆ କିରାଣିଙ୍କୁ ୩ ବର୍ଷ ଜେଲ୍‌, ୫ ହଜାର ଜରିମାନା

ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ଫୁଲବାଣୀ: ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ଆଜି ଏକ ଲାଞ୍ଚ ମାମଲାର ବିଚାର କରି ଲାଞ୍ଚୁଆ କିରାଣିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୧୯ ମସିହା ଡିସେମ୍ବର ୪ ତାରିଖରେ ବୌଦ୍ଧ ଜିଲ୍ଲା ଅଧୀନ ହରଭଙ୍ଗା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ କିରାଣି ଚତୁର୍ଭୁଜ ଖମାରୀ ଏକ ପରିବାର ପେନ୍‌ସନ୍‌ କାଗଜପତ୍ର କରାଇ ଦେବାକୁ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ।

ହରଭଙ୍ଗା ଥାନା ଅଧୀନ ଭବପୁର ଗ୍ରାମର କୌଶଲ୍ୟା ଟୁମୁକିଆ ନାମକ ଜଣେ ମହିଳାଙ୍କଠାରୁ ତାଙ୍କ ବୋହୂର ଫ୍ୟାମିଲି ପେନ୍‌ସନକୁ ନିୟମିତ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବ୍ରହ୍ମପୁର ଭିଜିଲାନ୍‌ସ ପୁଲିସ ତାଙ୍କୁ ଘଟଣାସ୍ଥଳରୁ କାବୁ କରିଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍‌ସ ଥାନାରେ ଏକ ମାମଲା (୩୩/୨୦୧୯) ରୁଜୁ ହୋଇଥିଲା। ଆଜି ଏହି ମାମଲାର ବିଚାର କରି ୧୨ ଜଣ ସାକ୍ଷୀଙ୍କ ସାକ୍ଷ ଗ୍ରହଣ କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ ବିଚାରପତି ସମର ବିଳାସ ବେହେରା ଉପରୋକ୍ତ ଦଣ୍ଡାଦେଶ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାଟିକୁ ଭିଜିଲାନ୍‌ସ ପିପି ଭି.ଭି. ରାମଦାସ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe