ସୋମବାରଠୁ କୋଲକାତା-ଝାରସୁଗୁଡ଼ା-ଭୁବନେଶ୍ବର ମଧ୍ୟରେ ଏଲାୟନ୍ସ ଏୟାର ବିମାନ ସେବା

ଝାରସୁଗୁଡା: ପାଗ ଖରାପ ଯୋଗୁ ଅବତରଣ କରିପାରିଲାନି ବିମ‌ାନ, ଦୀର୍ଘ ଦିନ ହେଲା ହାଇଦ୍ରାବାଦ୍‌ ଉଡ଼ାଣ ବନ୍ଦ

ଝାରସୁଗୁଡ଼ା: ଏଲାୟନ୍ସ ଏୟାର ପକ୍ଷରୁ ସୋମବାର ଠାରୁ କୋଲକାତା-ଝାରସୁଗୁଡ଼ା- ଭୁବନେଶ୍ବର ମଧ୍ୟରେ ବିମାନ ସେବା ପୁନର୍ବାର ଆରମ୍ଭ କରୁଥିବା ଜଣାଯାଇଛି। କୋଲକାତାରୁ ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ୮ଟା ୧୦ରେ ବାହାରି ୯ଟା ୧୫ରେ ବିମାନ ଭୁବନେଶ୍ୱରରେ ପହଞ୍ଚିବ । ସେହିପରି ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ବିମାନଟି ଝାରସୁଗୁଡାରେ ପହଞ୍ଚିବ । ଏହା ସହିତ ଝାରସୁଗୁଡାରୁ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ ଏହି ବିମାନ । ଏନେଇ ଏଲାୟନ୍ସ ଏୟାର ଷ୍ଟେସନ ମ୍ୟାନେଜର ଅଭିଜିତ୍ ଶତପଥୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe