ମୃତ ବ୍ୟକ୍ତିଙ୍କ ଭତ୍ତା ଖାଇଗଲେ

ମହିଳା ଏସଏଚଜି ଗ୍ରୁପ୍‌ ବାଟହୁଡ଼ିଛି: ଘରୋଇ ଅର୍ଥ ଲଗାଣକାରୀ ସ˚ସ୍ଥାର ଶୋଷଣ ବଢ଼ିଲା

Fortune India: Business News, Strategy, Finance and C

କୋଲାବିରା: କୋଲାବିରା ବ୍ଲକ୍‌ ପୋଖରାସାହ୍ଲେ ପଞ୍ଚାୟତର ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଆଦି ପ୍ରଦାନରେ ହୋଇଥିବା ହରିଲୁଟ୍‌ର ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ମୃତବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ହଡ଼ପ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଗହ୍ମାପାଳି ଗାଁର ବେଦଲତା ରୋହିଦାସଙ୍କ ତା. ୫.୭.୨୦୨୧ରେ ମୃତ୍ୟୁ ହୋଇଗଲା। କିନ୍ତୁ ମେ’ ୨୦୨୩ ପର୍ଯ୍ୟନ୍ତ ତାଙ୍କ ନାଁରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିବା ବ୍ଲକ୍‌ କାର୍ଯାଳୟର ସାମାଜିକ ମଙ୍ଗଳ ବିଭାଗରୁ ଜଣାପଡିଛି। ଅର୍ଥାତ୍‌ ମୃତ୍ୟୁ ପରେ ମଧ୍ୟ ୨ ବର୍ଷ ଧରି ତାଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା କିଏ ନେଇଛି ଓ ଏହି ଘୋଟାଲାରେ କିଏ କିଏ ସଂପୃକ୍ତ ଅଛନ୍ତି ତା’ର ତଦନ୍ତ ପାଇଁ ସାମାଜିକ କର୍ମୀ ବିହାରୀ ଲାଲ ନାୟକ ଦାବି କରିଛନ୍ତି। ତେବେ ତତ୍କାଳୀନ ପିଇଓ ପ୍ରଧାନ କିଶାନ ଓ ଜଣେ ଅସାଧୁ ବ୍ୟକ୍ତି ମିଶି ଏହି ଟଙ୍କା ଆତ୍ମସାତ୍‌ କରିଥିବା ଚର୍ଚ୍ଚା ହେଉଛି। ଅଭିଯୋଗ ପରେ ନିକଟରେ ପିଇଓ ଶ୍ରୀ କିଶାନଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ପୋଖରାସାହ୍ଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ ନାଏଙ୍କୁ ପଚାରିବାରୁ ସେ କହିଛନ୍ତି, ନିଲମ୍ବିତ ପିଇଓ ଶ୍ରୀ କିଶାନ ଏ ବାବଦରେ ପଞ୍ଚାୟତରେ ପୂର୍ବରୁ କୈଣସି ସୂଚନା ପ୍ରଦାନ କରିନାହାନ୍ତି। ଆମେ ଆଶାକର୍ମୀଙ୍କଠାରୁ ବର୍ତ୍ତମାନର ମୃତ୍ୟୁ ଷ୍ଟାଟସ୍‌ ନେଇ କାଟ ଛାଟ କରି ରିପୋର୍ଟ ପ୍ରଦାନ କରୁଛୁ। ଏହାର ତଦନ୍ତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe