Sambad
ଭଞ୍ଜନଗର: ଗୁଣିଗାରେଡି ଭଳି ଅନ୍ଧ ବିଶ୍ବାସ ଆଜି ମଧ୍ୟ ସମାଜରେ ବଞ୍ଚି ରହିଥିବାରୁ ଅନେକ ଅପରାଧ ଘଟୁଛି। ବିନା ଦୋଷରେ ଅନେକ ଏଭଳି ଅନ୍ଧ ବିଶ୍ବାରେ ଛନ୍ଦି ହୋଇ ଦଣ୍ଡ ଭୋଗ କରୁଛନ୍ତି। ଗୁଣିଗାରେଡି ସହ ବର୍ତ୍ତମାନ ବିଭିନ୍ନ କାରଣରୁ ସାମଜିକ ବାସନ୍ଦ ଏକ ସାମାଜିକ ବ୍ୟାଧିର ରୂପ ନେବାକୁ ବସିଥିବା ବେଳେ ସେଥିରୁ ନିବୃତ୍ତ ରହିବା ସହ ଏସଂପର୍କରେ ପୁଲିସକୁ ନିର୍ଭୟରେ ଖବର ଦେବା ପାଇଁ ଭଞ୍ଜନଗର ଆମ ପୁଲିସ ସମିତି ପକ୍ଷରୁ ମୁଦୁଲିପଲ୍ଲୀ ଗ୍ରାମ ଠାରେ ଏକ ସଚେତନା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିସହ ଘରେ ମହିଳା ମାନଙ୍କ ଭୂମିକା ଗୁରୁତ୍ବ ରହୁଥିବାରୁ ପରିବାର ଲୋକ ଘରୁ ବାହାରିବା ସମୟରେ ହେଲମେଟ ପିନ୍ଧିବା ଠାରୁ ଆରମ୍ଭ କରି ଟ୍ରାଫିକ ସଚେତନ, ସାଇବର ଠକେଇ ଆଦି ସଂର୍ପକରେ ଅବଗତ କରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଥାନା ଅଧିକାରୀ ଧୀରେଶ ଦାସ, ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ, ଡଃ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଓଲଷ୍ଟା ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ସରପଞ୍ଚ କାହ୍ନୁ ଚରଣ ପ୍ରଧାନ, ସମିତିସଭ୍ୟ ଲକ୍ଷ୍ମୀନରାୟଣ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ଏହାକୁ ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜି ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗଦୀଶ ପାଣିଗ୍ରାହୀ, ‘ସମ୍ବାଦ’ ପ୍ରତିନିଧି ବିଶ୍ବମ୍ବର ଜେନା, ପ୍ରେସ୍ କ୍ଳବ ସଭାପତି ଲୋକନାଥ କର, ଅମରେନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ ସନ୍ତୋଷ ଜେନା, ରବି ନାରାୟଣ ମହାନ୍ତି, ବିଷ୍ଣୁପ୍ରିୟା ସେନାପତି, ଗୀତାଞ୍ଜଳି ସୁବୁଦ୍ଧି, ସୁଶାନ୍ତ ମହାପାତ୍ର, ପି. ମୃତ୍ୟୁଞ୍ଜୟ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ମହିଳା ସାମିଲ ହୋଇଥିଲେ।
Follow Us