ପରିବହନ ବିଭାଗର ବିଚିତ୍ର ନୀତି, ଘରେ ଗାଡ଼ି ଥିଲେ ବି ଫାଇନ

ପରିବହନ ବିଭାଗର ବିଚିତ୍ର ନୀତି, ଘରେ ଗାଡ଼ି ଥିଲେ ବି ଫାଇନ

Twitter

କୁଚିଣ୍ଡା: ଘରେ ଟ୍ରାକ୍ଟର ରଖାଯାଇଛି, ହେଲେ ପରିବହନ ବିଭାଗ କାଟିଛି ୫ ହଜାର ଟଙ୍କାର ଫାଇନ୍‌। ହଠାତ୍ ମୋବାଇଲ୍‌ରେ ଏଭଳି ମ୍ୟାସେଜ ପାଇବା ପରେ ଗାଡ଼ି ମାଲିକଙ୍କ ଅକଲ ଗୁଡୁମ୍। ପରିବହନ ବିଭାଗର ଏହି ବିଚିତ୍ର ନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ସୂଚନାନୁସାରେ କୁଚିଣ୍ଡା ବ୍ଲକ୍‌ ବାଉରୀଗୋଡା ପଞ୍ଚାୟତ ଅର୍ଜୁନବାଡ଼ ଗ୍ରାମର ସାମ୍ବାଦିକ ଲିପୁନ ସାହୁଙ୍କ ମା’ ରଜନୀ ସାହୁଙ୍କ ନାମରେ ଏକ ଟ୍ରାକ୍ଟର (ଓଡି ୧୫କେ-୭୩୦୩) ରହିଛି। ବର୍ତ୍ତମାନ ଜମିରେ ହଳ କରିବା ପରେ ଗାଡ଼ିଟି ଘରେ ରହିଛି।

ମାତ୍ର ଗତ ୨୦ ତାରିଖ ଦିନ ଲିପୁନଙ୍କ ମୋବାଇଲକୁ ଏକ ମ୍ୟାସେଜ ଆସିଥିଲା ଯେ ବରଗଡ଼ ଟୋଲ୍‌ଗେଟ୍‌ରେ ଗତ ୧୩ ତାରିଖ ରାତି ୭ଟା ୩୦ ମିନିଟରେ ତାଙ୍କ ଗାଡ଼ିକୁ ୫୦୦୦ ଟଙ୍କା ଫାଇନ କଟାଯାଇଛି। ଏଭଳି ମ୍ୟାସେଜ ପାଇବା ପରେ ଉଭୟ ମା’-ପୁଅଙ୍କ ଅକଲ ଗୁଡ଼ୁମ୍ ହୋଇ ଯାଇଥିଲା। ନିଜ ଘରେ ଟ୍ରାକ୍ଟରଟି ଥିବା ବେଳେ ବରଗଡ଼ ଟୋଲ୍‌ଗେଟରେ କିଭଳି ଫାଇନ କଟିଲା ତାହା ସେମାନେ ବୁଝି ପାରିଲେ ନାହିଁ। ପରିବହନ ବିଭାଗକୁ ଯୋଗାଯୋଗ କରିବା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଶୁକ୍ରବାର ଦିନ ଲିପୁନ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe