ଘାଟି ଉଠି ପାରିଲାନି ଆମ୍ବୁଲାନସ୍… ଷ୍ଟ୍ରେଚରରେ ୧୦ କିମି ବୁହାହେଲେ ରୋଗୀ

Advertisment
ଘାଟି ଉଠି ପାରିଲାନି ଆମ୍ବୁଲାନସ୍…  ଷ୍ଟ୍ରେଚରରେ ୧୦ କିମି ବୁହାହେଲେ ରୋଗୀ

ମୁନିଗୁଡ଼ା : ଘାଟି ରାସ୍ତା ଯୋଗୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନସ୍। ଫଳରେ ୧୦ କିମି ଷ୍ଟ୍ରେଚରରେ ବୁହା ହୋଇ ଆସିବା ପରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ରୋଗୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡା ପଞ୍ଚାୟତ ଉଚେତପାରୁ ଗାଁରେ।

ଉଚେତପାରୁ ଗ୍ରାମର ତ୍ରିପ୍ତୀ ଉର୍ଲିକିଆ (୭) ଙ୍କ ଆଜି ସକାଳେ ଭୀଷଣ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକ ମେଡ଼ିକାଲ୍ ନେବା ପାଇଁ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ। ସୂଚନା ପରେ ଆମ୍ବୁଲାନସ୍ ଉଚେତପାରୁ ଗାଁ ଅଭିମୁଖେ ବାହାରିଥିଲା। ହେଲେ ଗାଁଠୁ ୧୦ କିମି ଦୂର ଘାଟି ରାସ୍ତାରେ ଅଟକି ଯାଇଥିଲା। ଘାଟି ରାସ୍ତା ଖରାପ ଥିବାରୁ ଆମ୍ବୁଲାନସ୍ ଘାଟି ଚଢ଼ି ପାରିନଥିଲା। ଫଳରେ ଆମ୍ବୁଲାନସ୍ କର୍ମଚାରୀ ୧୦ କିମି ଚାଲି ଚାଲି ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହଯୋଗରେ ତିପ୍ତୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନସ୍ ନିକଟକୁ ଆଣିଥିଲେ। ଚିକିତ୍ସା ପାଇଁ ଅମ୍ବାଦଳା ମେଡ଼ିକାଲରେ ତିପ୍ତୀଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣା ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe